ଓକିଲ ସଂଘ ନିର୍ବାଚନ ସଞ୍ଜୟ ସଭାପତି, ଟଙ୍କଧର ସଂପାଦକ

ଓକିଲ ସଂଘ ନିର୍ବାଚନ ସଞ୍ଜୟ ସଭାପତି, ଟଙ୍କଧର ସଂପାଦକ


 ଢେଙ୍କାନାଳ :  ଢେଙ୍କାନାଳ ଜିଲ୍ଲା ଓକିଲ ସଂଘ କର୍ମକର୍ତ୍ତା ନିର୍ବାଚନ ବାର ଆସୋସିଏସନ୍ ସଭାଗୃହ ପରିସରରେ ଅନୁଷ୍ଠିତ ହୋଯାଇଛି । ସଭାପତି ଭାବେ ସଞ୍ଜୟ କୁମାର ମିଶ୍ର ଏବଂ  ସଂପାଦକ ଭାବେ ଟଙ୍କଧର ବେହେରା ନିର୍ବାଚିତ ହୋଇଛନ୍ତି ।  ସକାଳ ୮ ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହୋଇଥିଲା ।  ସଂଘର ୭୦୬ ଜଣ ସଦସ୍ୟଙ୍କ ମଧ୍ୟରୁ ୬୧୪ ଜଣ ଭୋଟ ଦେଇଥିଲେ । ସଭାପତି ଓ ସଂପାଦକ ଯୋଡି ୬ ଥର ଲେଖାଏଁ ଓକିଲ ସଂଘକୁ ନିର୍ବାଚିତ ହୋଇଥିବା ବେଳେ ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ସରୋଜ କୁମାର ପାଢୀ ସେ ୭ ଥର ଓକିଲ ସଂଘକୁ ନିର୍ବାଚିତ ହୋଇଛନ୍ତି ।  ଅପ୍ରତିଦ୍ୱନ୍ଦିଭାବେ ସରୋଜ କୁମାର ପାଢୀ ଉପସଭାପତି, ଉତମ କୁମାର ଦାସ ସହ ସଂପାଦକ , ରାଜେନ୍ଦ୍ର ନାରାୟଣ ରାଉତ କୋଷାଧ୍ୟକ୍ଷ ଏବଂ କାର୍ଯ୍ୟକାରୀ ସଦସ୍ୟ ଭାବେ ଶକ୍ତିବ୍ରତ କେଶରୀ ଦେବ, ମଳୟ ପାଣିଗ୍ରାହୀ, ତ୍ରିଲୋଚନ ସାହୁ ପ୍ରମୁଖ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ବରିଷ୍ଠ ଆଇନଜୀବୀ ଶ୍ରୀଧର କୁମାର ମିଶ୍ର  ସୂଚନା ଦେଇଛନ୍ତି ।  
ସଭାପତି ପଦବୀ ପାଇଁ ସଞ୍ଜୟ କୁମାର ମିଶ୍ର ଓ କିଶାନ ବିଶ୍ୱାଳ ପ୍ରତିଦ୍ୱନ୍ଦିତା କରିଥିଲେ । ସଞ୍ଜୟ କୁମାର ମିଶ୍ର ୩୩୫ ଖଣ୍ଡ ଭୋଟ ପାଇଥିବା ବେଳେ କିଷାନ ବିଶ୍ୱାଳ ୨୬୬ ଖଣ୍ଡ ଭୋଟ ପାଇଥିଲେ । ୯ଟି ଭୋଟ୍ ନୋଟାରେ ପଡିଥିଲା । ଫଳରେ ସଂଜୟ ୬୯ ଖଣ୍ଡ ଭୋଟରେ ବିଜୟ ହାସଲ କରିଥିଲେ । ସେହିପରି  ସଂପାଦକ ପଦବୀ ପାଇଁ ଟଙ୍କଧର ବେହେରା ୨୫୩ ଖଣ୍ଡ, ତାପସ କୁମାର କବିଶତପଥୀ ୧୪୩ ଖଣ୍ଡ ଓ ପ୍ରଶାନ୍ତ କୁମାର ସାହୁ ୨୦୫ ଖଣ୍ଡ ଭୋଟ ପାଇଥିଲେ ।  ଟଙ୍କଧର ବେହେରା ୪୭ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।  ଆଇନଜୀବୀ ସୁରେଶ ଚନ୍ଦ୍ର ମହାପାତ୍ର, ବିଜୟ ଶଙ୍କର ସାହୁ, ସୋଭନ କୁମାର ମିଶ୍ର, ହରିହର ସାହୁ, ବନବିହାରୀ ପଣ୍ଡା, ସୁନିଲ କୁମାର ଗଡନାୟକ, ସୁଜିତ କୁମାର ସର, ମୋନାଲିସା ଧୀର, ଦିବ୍ୟକାନ୍ତ ସାହୁ ପ୍ରମୁଖ ନିର୍ବାଚନ ପରିଚାଳନାରେ ସହଯୋଗ କରିଥିଲେ ।