ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ
ପାରାଦୀପ : ଆର୍ଟ ଅଫ ଗିଭିଙ୍ଗର ୧୨ତମ ସଂସ୍କରଣ ପାରାଦ୍ୱୀପର ଗୋପବନ୍ଧୁ ଷ୍ଟାଡିୟମ୍ ଓ ପିପିଏଲ ସ୍ଥିତ ଡିଏଭି ସ୍କୁଲ ପରିସରରେ ଚାଲିଥିବା ହକି ଗ୍ରୀଷ୍ମ ଶିବିରରେ ଏକ କାଳୀନ ଆୟୋଜିତ ହୋଇଯାଇଛି । ଗୋପବନ୍ଧୁ ଷ୍ଟାଡିୟମ୍ ପରିସରରେ ଆୟୋଜିତ ସଭାରେ ପାରାଦ୍ୱୀପ ବନ୍ଦରର ମେରାଇନ ବିଭାଗର ମୁଖ୍ୟ ଯନ୍ତ୍ରୀ ତଥା ପାରାଦ୍ୱୀପ ଗଲ୍ଫ କ୍ଲବର ଅଧକ୍ଷ ବବୁଲ ସିକଦର ମୁଖ୍ୟଅତିଥି ଭାବେ ଯୋଗଦେଇ କିଟ୍ ଓ କିସର ପ୍ରତିଷ୍ଠାତା ଡ. ଅଚୁ୍ୟତ ସାମନ୍ତଙ୍କ ଏହି ମହାନ କାର୍ଯ୍ୟକୁ ଆଗକୁ ବଢ଼ାଇ ନେବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ୨୦୧୩ ମସିହା ମଇ ୧୭ ତାରିଖ ସାରା ବିଶ୍ୱର ପ୍ରାୟ ୧୨୦ଟି ଦେଶର ୩୦୦ ସ୍ଥାନରେ ଆର୍ଟ ଅଫ ଗିଭିଙ୍ଗ ଡେ ପାଳନ କରାଯାଉଛି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେ୍ଦଶ୍ୟ କିଛି ଅନ୍ୟକୁ ଦେବାର କଳା ଡ. ଅଚୁ୍ୟତ ସାମନ୍ତଙ୍କ ଦ୍ୱାରା ସ୍ଥାପିତ କିସ୍ ଠାରେ ପ୍ରାୟ ଚାଳିଶ ହଜାର ଗରିବ ହରିଜନ ଓ ଆଦିବାସୀ ଛାତ୍ରଛାତ୍ରୀ ଛାତ୍ରାବାସରେ ରହି ମାଗଣାରେ ଶିକ୍ଷା ଲାଭ କରୁଛନ୍ତି । ତେଣୁ ତାଙ୍କର ଏହି ମହାନ କାର୍ଯ୍ୟକୁ ମୁଖ୍ୟଅତିଥି ସିକଦର ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅକ୍ଷୟ କୁମାର ସୂତାର, ଏସ୍ସିଇ କମର୍ସିଆଲର ମ୍ୟାନେଜର ତଥା ପାରାଦ୍ୱୀପ ଗଲ୍ଫ କ୍ଲବର ଅଧିନାୟକ ଓ ସଞ୍ଜୟ କୁମାର ଦାସ, ଭଲିବଲ କୋଚ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଡ. ସାମନ୍ତଙ୍କର ଏଭଳି କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଜଗତସିଂହପୁର ଜିଲ୍ଲା ଆର୍ଟ ଅଫ ଗିଭିଂ କାର୍ଯ୍ୟକ୍ରମର ମୁଖ୍ୟ ପରିଚାଳକ ତଥା ସଂଯୋଜକ କ୍ରୀଡାବିତ ଶାଶ୍ୱତ କୁମାର ଭାରତୀୟ ସଭାକାର୍ଯ୍ୟରେ ଅଧ୍ୟକ୍ଷତା କରିଥିଲେ । କିଟ୍ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ବିଭାଗ ତରଫରୁ ପ୍ରଦୀପ ପଲାଇ ସହଯୋଗ କରିଥଲେ । ଏହି ଆର୍ଟ ଅଫ ଗିଭିଙ୍ଗ୍ କାର୍ଯ୍ୟକ୍ରମରେ ପିପିଏଲ ଓ ପାରାଦ୍ୱୀପର ପ୍ରାୟେ ଚାରି ସହରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀ ଓ ଅଭିଭାବକ ଅଂଶ ଗ୍ରହଣ କରିଥିଲେ ।