ଭାଲୁ ଆକ୍ରମଣ : ସ୍ତ୍ରୀ ମୃତ, ଅଳ୍ପକେ ବର୍ତ୍ତିଲେ ସ୍ବାମୀ

ନୀଳଗିରି : ନୀଳଗିରିରେ ଭାଲୁ ଆକ୍ରମଣରେ ମହିଳା ମୃତ । ନୀଳଗିରି ତିନିକୋଶିଆ ଜଙ୍ଗଲକୁ ଛତୁ ଓ ଶୁଖିଲା କାଠ ଆଣିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ମହିଳା ମୃତ୍ୟୁବରଣ କରିଛନ୍ତି । ମୃତ ମହିଳା ଜଣକ ନୀଳଗିରି ଥାନା ସଜନାଗଡ଼ ପଞ୍ଚାୟତ ପାଣବନ୍ଧ ଗ୍ରାମର ଚନ୍ଦ୍ର ମୋହନ ନାୟକଙ୍କ ସ୍ତ୍ରୀ ଶାନ୍ତିଲତା ନାୟକ।
ସୂଚନା ଅନୁସାରେ, ସକାଳୁ ଉଭୟ ମୋହନ ଓ ଶାନ୍ତିଲତା ପାଖ ତିନିକୋଶିଆ ଜଙ୍ଗଲକୁ ଛତୁ ଓ ଶୁଖିଲା କାଠ ସଂଗ୍ରହ କରିବାକୁ ଯାଇଥିଲେ । ଛତୁ ତୋଳୁଥିବା ସମୟରେ ଅଚାନକ ଏକ ଭାଲୁ ଆକ୍ରମଣ କରିଥିଲା । ଭାଲୁଟି ମହିଳାଙ୍କ ବେକକୁ କାମୁଡ଼ିଥିବାରୁ ମହିଳାଙ୍କ ବେକରେ ଗଭୀର କ୍ଷତ ହୋଇଥିଲା। ତେବେ ସ୍ବାମୀ ଅଳ୍ପକେ ଭାଲୁ ଆକ୍ରମଣରୁ ବର୍ତ୍ତିଯାଇଥିଲେ । ଗୁରୁତର ଅବସ୍ଥାରେ ଶାନ୍ତିଲତାଙ୍କୁ ତାଙ୍କ ସ୍ଵାମୀ ମୋହନ ନୀଳଗିରି ମେଡିକାଲ୍କୁ ଆଣିଥିଲେ ।ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।