ସ୍ପଷ୍ଟୀକରଣ ଲୋଡ଼ିଲା ବିଜେଡ଼ି

Biju Janata Dal

ସ୍ପଷ୍ଟୀକରଣ ଲୋଡ଼ିଲା ବିଜେଡ଼ି

ଭୁବନେଶ୍ୱର : ତିନୋଟି ପ୍ରସଙ୍ଗରେ ବାଚସ୍ପତିଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡ଼ିଛି ବିଜୁ ଜନତା ଦଳ  । ଆଜି ଶୂନ୍ୟକାଳରେ ବିଜେଡ଼ି ବିଧାୟକ ପ୍ରତାପ କେଶରୀ ଦେବ କହିଥିଲେଯେ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଗିରଫ କରିବା ପାଇଁ ମନ୍ତ୍ରୀ କହିଥିଲେ  । ଏହାକୁ ବିବରଣୀରୁ ବାଦ୍‌ ଦେବାକୁ ବିଜେଡ଼ି ପକ୍ଷରୁ ଦାବି କରାଯାଇଥିଲା  । ବାଚସ୍ପତି ଏନେଇ ଜଣାଇବେ ବୋଲି କହିଥିଲେବି ଏଯାଏଁ କୌଣସି ନିଷ୍ପତ୍ତି ନେଇନାହାନ୍ତି  ।

ସେହିପରି ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ପ୍ରସଙ୍ଗରେ ୧୫ ଦିନରେ ଜିଲ୍ଲାପାଳ ରିପୋର୍ଟ ଦେବେବୋଲି ଆଇନ୍‌ ମନ୍ତ୍ରୀ କହିଥିଲେ  । କିନ୍ତୁ ଏଯାଏଁ ରିପୋର୍ଟ ଆସିଲାନି କାହିଁକି ବୋଲି ସେ ପ୍ରଶ୍ନ କରିଥିଲେ  । ଏହାଛଡ଼ା ମୁଖ୍ୟମନ୍ତ୍ରୀ ଅଗ୍ନିବୀରଙ୍କ ନିଯୁକ୍ତି ପ୍ରସଙ୍ଗରେ ଗୃହ ବାହାରେ ଘୋଷଣା କରିଥିଲେ  । ଗୃହ ଚାଲିବା ବେଳେ ବାହାରେ କିଛି ଘୋଷଣା କରିବା କଥା ନୁହେଁ  । ଏନେଇ ଆମେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ବି ଆଣିଥିଲୁ  । ଏହି ତିନି ପ୍ରସଙ୍ଗ ଉପରେ ସେ ବାଚସ୍ପତିଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡ଼ିଥିଲେ  । ତେବେ ପରେ ସେ ଏନେଇ କହିବେ ବୋଲି ବାଚସ୍ପତି ସୁରମା ପାଢ଼ୀ କହିଥିଲେ  ।