ସିବିଆଇ ତଦନ୍ତ ଦାବି କଲେ ଜୟ ନାରାୟଣ
CBI INQUIRY
ଭୁବନେଶ୍ୱର : ଆଜି ଶୂନ୍ୟକାଳରେ ଚାରୋଟି ବହୁଚର୍ଚ୍ଚିତ ମାମଲାର ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର । ସେ କହିଥିଲେଯେ, ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲା, ନବ ଦାସ ହତ୍ୟାକାଣ୍ଡ ଘଟଣା, ମମିତା ମେହେର ଓ ଗୋବିନ୍ଦ ସାହୁଙ୍କ ହତ୍ୟା ମାମଲାକୁ ନେଇ ଲୋକଙ୍କ ମନରେ ଏବେବି ସନ୍ଦେହ ରହିଛି । ଏସବୁ ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରିବାକୁ ସେ ଦାବି କରିଥିଲେ । ଯାହାଫଳରେ ଲୋକଙ୍କ ମନରେ ଥିବା ଦ୍ୱନ୍ଦ୍ୱ ଦୂର ହୋଇପାରିବ ବୋଲି ଜୟ ନାରାୟଣ ସ୍ପଷ୍ଟ କରିଥିଲେ ।