ପଶୁଗଣନା ପାଇଁ ତାଲିମ କାର୍ଯ୍ୟକ୍ରମ

ପଶୁଗଣନା ପାଇଁ ତାଲିମ କାର୍ଯ୍ୟକ୍ରମ


ପୁରୀ : ପଶୁଧନ ଗଣନା ତାଲିମ କାର୍ଯ୍ୟକ୍ରମ ହୋଟେଲ ହଲିଡ଼େ ରିସର୍ଟ ଠାରେ ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ଦୁଗ୍ଧ ଓ ପଶୁ ସଂପଦ ବିଭାଗ ପକ୍ଷରୁ ଓଡ଼ିଶା ସରକାରଙ୍କ ପଶୁ ସଂପଦ ବିକାଶ ଓ ମସô୍ୟ ବିଭାଗ ସହଯୋଗିତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ବୈଜ୍ଞାନିକ ନୋଡ଼ାଲ ଅଫିସର, ରାଜ୍ୟର ନୋଡ଼ାଲ ଅଫିସର ଏବଂ ନ୍ୟାସନାଲ ବୁ୍ୟରୋ ଅଫ ଅନିମଲ ଜେନେଟିକ ରିସୋର୍ସସର ବୈଜ୍ଞାନିକମାନେ ଅଂଶଗ୍ରହଣ କରିଥିଲେ । ଉଦ୍ଘାଟନ ସମାରୋହରେ ମସô୍ୟ ଦୁଗ୍ଧ ଓ ପଶୁ ସଂପଦ ବିଭାଗର ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍ପି ସିଂ ବାଘେଲ କହିଥିଲେ ଯେ ପଶୁ ସଂପଦର ବିକାଶ ପାଇଁ ପଶୁପକ୍ଷୀମାନଙ୍କ ଗଣନା ଏକାନ୍ତ ଅପରିହାର୍ଯ୍ୟ । ପଶୁ ସଂପଦ ଏହାର ପାଳନକାରୀ ଚାଷୀ ତଥା ଦେଶର ଅର୍ଥନୀତିର ଅଭିବୃଦ୍ଧିରେ ସହାୟକ ହୋଇଥାଏ  । ପଶୁ ପାଳନ ଗ୍ରାମୀଣ ଜନତାଙ୍କୁ ଜୀବିକାର୍ଜନର ସୁଯୋଗ ଯୋଗାଇଥାଏ ଓ ଅଣ୍ଡାର ଉତ୍ପାଦନ ଦ୍ୱାରା ଜନସାଧାରଣଙ୍କ ଖାଦ୍ୟ ସାରର ଆବଶ୍ୟକତା ପୂରଣ ହୋଇପାରେ । ତେଣୁ ଏହି ଦୃଷ୍ଟିରୁ ପଶୁସଂପଦ କ୍ଷେତ୍ରରେ ବିକାଶ ପାଇଁ ଯୋଜନା ପ୍ରସ୍ତୁତିରେ ପଶୁ ସଂପଦର ଗଣନା ଏକାନ୍ତ ଆବଶ୍ୟକ । ପଶୁପକ୍ଷୀମାନଙ୍କ ରୋଗ ନିୟନ୍ତ୍ରଣ, ସେମାନଙ୍କ ପରିପାଳନରୁ ଇପ୍ସିତ ଫଳ ପ୍ରଦାନ କରିଥାଏ । ପଶୁ ସଂପଦ ବିଭାଗ ପକ୍ଷରୁ ଏଥିପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି । ତେଣୁ ପଶୁ ସଂପଦର ଗଣନାରେ ସଠିକତା ଏକାନ୍ତ ଜରୁରୀ । ଶ୍ରୀ ବାଘେଲ କହିଥିଲେ ଯେ ୧୯୧୯ ମସିହାରୁ ଦେଶରେ ପ୍ରତି ୫ବର୍ଷରେ ଥରେ ପଶୁ ସଂପଦାର ଗଣନା କରାଯାଇଥାଏ । ଏପର୍ଯ୍ୟନ୍ତ ୨୦ ଥର ଏଭଳି ଗଣନା କରାଯାଇସାରିଲାଣି । ୨୦୨୪ ମସିହାରେ ଏକବିଂଶ ତମ ଗଣନା ହେବାକୁ ଯାଉଛି । ସେପ୍ଟେମ୍ବରରୁ ଡ଼ିସେମ୍ବର ମାସ ପର୍ଯ୍ୟନ୍ତ ଏହି ଗଣନା କରାଯିବ । ଭାରତର ସମସ୍ତ ଜିଲ୍ଳାରେ ଏହି ଗଣନା ହେବ ।