ସ୍କାଉଟ୍ସ ଓ ଗାଇଡ୍ସର ପ୍ରତିଷ୍ଠା ଦିବସ 

ାା ପ୍ରଭାନୁ୍ୟଜ ।ା ବାଙ୍କୀ: ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟର ରୋଭର ରେଞ୍ଜର ସଂସ୍ଥା ଆନୁକୂଲ୍ୟରେ ଭାରତ ସ୍କାଉଟ୍ସ ଓ ଗାଇଡ୍ସର ୭୫ତମ ପ୍ରତିଷ୍ଠା ଦିବସ କଲେଜ ପରିସରରେ ପାଳିତ ହୋଇଯାଇଛି । ରେଞ୍ଜର ଲିଡର ଭୂପତି ଭୂଷଣ ପ୍ରଧାନ ଓ ରେଞ୍ଜର ଲିଡର ଅଧ୍ୟାପିକା ଦେବସ୍ମିତା ରାଉତଙ୍କ ତତ୍ତ୍ୱାବଧାନରେ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ପୂର୍ବତନ ଉପାଧ୍ୟକ୍ଷ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ରୋଭର ରେଞ୍ଜର ସ୍ୱେଚ୍ଛାସେବୀମାନଙ୍କର ସମାଜମୂଳକ କାର୍ଯ୍ୟକ୍ରମର ପ୍ରଶଂସା କରିବା ସହ ଚଳିତ ବର୍ଷ ପ୍ଲାଟିନିୟମ୍ ଜୁବୁଲି ଅବସରରେ ସ୍ୱେଚ୍ଛାସେବୀମାନେ ନିଜ ନିଜ ଗ୍ରାମରେ ସେବାମୂଳକ କାର୍ଯ୍ୟରେ ନିୟୋଜିତ ହେବା ପାଇଁ ପ୍ରାଧ୍ୟାପକ ମହାପାତ୍ର ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ମହିଳା ଏନ୍ସିସି ଅଧକାରିଣୀ ଅଧ୍ୟାପିକା ସାଗରିକା ଦାସ ଯୋଗଦାନ କରିଥିଲେ । ରେଞ୍ଜର ଲିଡର ଅଧ୍ୟାପିକା ଦେବସ୍ମିତା ରାଉତ ସ୍ୱାଗତ ଭାଷଣ ପ୍ରଦାନ ସହ ଭାରତ ସ୍କାଉଟ୍ସ ଗାଇଡ୍ସର ଇତିହାସ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ପତାକା ଉତ୍ତୋଳନ କରାଯିବା ସହ ସ୍ୱେଚ୍ଛାସେବୀମାନେ ସ୍ୱାଗତ ସଂଗୀତ ଓ ସ୍କାଉଟ୍ସ ସଂଗୀତ ଗାନ କରିଥିଲେ ।