କାଜିପୋଖରୀ ହାଇସ୍କୁଲର ବାର୍ଷିକୋତ୍ସବ
ବନ୍ତ : ରାମପୁର ପଞ୍ଚାୟତ ଚାରିତିରା କାଜିପୋଖରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉସôବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ତପସ୍ୱିନୀ ପହିଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷାବିତ୍ ଅଲେଖ ଚନ୍ଦ୍ର ନାୟକ, ମୁଖ୍ୟବକ୍ତା ପ୍ରାକ୍ତନ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ନିଗମାନନ୍ଦ ମିଶ୍ର, ସମ୍ମାନିତ ଅତିଥି ସି ଆର ସି ସି ସନ୍ତୋଷ କୁମାର ମଲ୍ଲିକ, ପ୍ରାକ୍ତନ ସି ଆର ସି ସି ସୁଧୀର କୁମାର ନାୟକ, କୁଣ୍ଡୁଳା ପ୍ରଧାନଶିକ୍ଷକ ଶରତ କୁମାର ନାୟକ,ସମାଜସେବୀ ଶିବ ଚରଣ ପହି, ନୃସିଂହ ଚରଣ ନାୟକ,ପରିଚାଳନା କମିଟିର ସଭାପତି କବିତା ସାମଲ, ଉପସଭାପତି ମିନାକ୍ଷୀ ନାୟକ, ଆଲୁମିନିକମିଟି ସଭାପତି ବସନ୍ତ କୁମାର ସାମଲ ପ୍ରମୁଖ ଯୋଗଦେଇଥିଲେ । ଶିକ୍ଷକ କରୁଣାକର ନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଦୀପ୍ତି ପ୍ରଭା ମହାରଣା ଧନ୍ୟବାଦ ଓ ଶାନ୍ତିଲତା ଦାସ ବାର୍ଷିକ ବିବରଣୀ କହିଥିଲେ । ଅନୁଷ୍ଠିତ ବିଭିନ୍ନ କ୍ରୀଡାରେ କୃତି ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଉର୍ମିଳା ପେଡା, ପୁର୍ଣ୍ଣିମା ମହାପାତ୍ର, ଅନୁପମା ନାୟକ, ପ୍ରକାଶ ଜେନା, ଦେବବ୍ରତ ପାଢ଼ୀ, ମନୋରଞ୍ଜନ ମଲ୍ଲିକ, ରଜନୀକାନ୍ତ ମହାନ୍ତି, ଦେବେନ୍ଦ୍ର କୁମାର ଭୂୟା, ଗଣେଶ ସାମଲ, ସୁବାସ ପେଡା ପରିଚାଳନା କରିଥିଲେ ।