‘ଆସ ବହିଟିଏ କିଣିବା’ ଅଭିଯାନ 

 ବାଲେଶ୍ୱର :  ଓଡ଼ିଶାର ସମୃଦ୍ଧ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସଂରକ୍ଷଣ ଏବଂ ପ୍ରଚାର କରିବା ଲକ୍ଷ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଓଡ଼ିଆ ପକ୍ଷ ପାଳନ ଅବସରରେ ବାଲେଶ୍ୱର ଜିଲ୍ଲାପାଳଙ୍କ ନୂତନ କାର୍ଯ୍ୟାଳୟ ସହିତ ବିଭିନ୍ନ ବ୍ଲକ, ପୌରାଞ୍ଚଳ ଓ ପୌରପାଳିକା ପରିସରରେ ‘ଆସ ବହିଟିଏ କିଣିବା’ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବହି ବିକ୍ରୟ ଅନୁଷ୍ଠାନଙ୍କ ସହଯୋଗରେ ଅସ୍ଥାୟୀ ପୁସ୍ତକ ପ୍ରଦର୍ଶନୀ ତଥା ବିକ୍ରୟ କେନ୍ଦ୍ର ଖୋଲାଯାଇଥିଲା । ଏହି କେନ୍ଦ୍ରଗୁଡ଼ିକରେ ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗ ଯଥା କବିତା, ଉପନ୍ୟାସ, ପ୍ରବନ୍ଧ, ନାଟକ ଓ ଶିଶୁ ସାହିତ୍ୟ ଆଦିରେ ଲିଖିତ ବହି ଉପଲବ୍ଧ ଥିଲା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ଅସ୍ଥାୟୀ କେନ୍ଦ୍ରକୁ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସୁଧାକର ନାୟକ ଓ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ହେମନ୍ତ କୁମାର ସିଂ ମିଳିତ ଭାବେ ଉଦ୍ଘାଟନ କରିଥିଲେ । ଉଦ୍ଘାଟନ ପରେ ଉଭୟ ଅଧିକାରୀ ଏହି ଅଭିଯାନର ଉଦେ୍ଦଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଜିଲ୍ଲାସ୍ତରୀୟ ଅଧିକାରୀ, କର୍ମଚାରୀ ଓ ସାଧାରଣ ଲୋକେ ନିଜ ପସନ୍ଦର ଓଡ଼ିଆ ବହି ସବୁ କ୍ରୟ କରିଥିଲେ ।