ଦିଆଲି ପରବ
ମାଲକାନଗିରି: ମାଲକାନଗିରି ଜିଲ୍ଲା ସହିଦ ନରସିଂ ଡ଼ମ ସମାଜ ତରଫରୁ ସହିଦ ନରସିଂ ଡମ୍ ସମାଜ ଜିଲ୍ଲା ସଭାପତି ବଳରାମ ଅନଗୁଳିଆଙ୍କ ନେତୃତ୍ୱରେ ଜିଲ୍ଲାସ୍ତରୀୟ ଦିଆଲି ପରବ ଭେଟ୍ ଘାଟ୍ କାର୍ଯ୍ୟକ୍ରମ ବହୁ ଆଡମ୍ବର ସହିତ ପାଳନ କରାଯାଇଛି । ପ୍ରକୃତିକୁ ଉପାସନା କରିବା ଉଦେ୍ଦଶ୍ୟରେ ଡମ୍ ସମାଜ ଧରମଦିଆଲି ପର୍ବପାଳଣ କରିଆସୁଛି ଏଥି ନିମନ୍ତେ ସହିତ ନରସିଂ ଡମ୍ ସମାଜ ତରଫରୁ ସର୍ବସହମତୀ କ୍ରମେ ଦିଆଲି ପରବ ଭେଟ୍ଘାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଡମ ଜାତିର ସାମ୍ବିଧାନିକ ହକ୍ ଅଧୁକାର ସାବ୍ୟସ୍ତକରିବା ନିମନ୍ତେ ୫ଦଫା ବାବୀ ଗଣତାନ୍ତ୍ରୀକ ପଦ୍ଧତିରେ ଉପସ୍ଥାପନ କରିବା ନିମନ୍ତେ ସମସ୍ତ ତମ୍ ଭାଇ ଓ ଭଉଣୀମାନଙ୍କୁ ପାରମ୍ପାରିକ ବେଶ ପୋଷାକରେ ପ୍ରତ୍ୟେକ୍ଷ ଭାବରେ ଶସରିରରେ ଉପସ୍ଥିତ ରହି ମାଲକାନଗିରି ସହର ବସ୍ଷ୍ଟାଣ୍ଡ ଠାରୁ ଏକ ବିରାଟ୍ ରାଲିରେ ଆସି ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚି ମାଲକାନଗିରି ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତି ଦ୍ରପୋତି ମୂର୍ମୁଙ୍କୁ ୫ଦଫା ଦାବିପତ୍ର ପ୍ରଦାନ କରାଗଲା ।