ଏସପିଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ନବରଙ୍ଗପୁର: ନବରଙ୍ଗପୁର ଏସପି ମିହିର କୁମାର ପଣ୍ଡା ୩୧ ତାରିଖରେ ଅବସର ଗ୍ରହଣ କରିଛନ୍ତି । ଦୀର୍ଘ ୩୯ ବର୍ଷ ଚାକିରୀ କାଳ ମଧ୍ୟରେ ନବରଙ୍ଗପୁର ଜିଲାରେ ୮ ମାସ ଏସପି ଭାବେ ରହିଥିଲେ । ଏବେ ତାଙ୍କ ଅବସର ପରେ ଅନ୍ୟ କାହାକୁ ନବରଙ୍ଗପୁର ଜିଲା ପାଇଁ ନିଯୁକ୍ତି ହୋଇନାହିଁ । ନିଯୁକ୍ତି ନହେବା ଯାଏ କୋରାପୁଟ ଏସପି ନବରଙ୍ଗପୁର ଏସପି ଭାବେ ଦାୟିତ୍ୱରେ ରହିଛନ୍ତି । ଅବସର ଗ୍ରହଣ ପରେ ଜିଲା ପୋଲିସ ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ସ୍ଥାନୀୟ ରିଜର୍ଭ ପୋଲିସ କାର୍ଯ୍ୟାଳୟ ଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅତିରିକ୍ତ ଏସପି ଆଦିତ୍ୟ ସେନ ସଭାପତିତ୍ୱ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ଡିଏସପି, ଏସ୍ଡ଼ିପିଓ, ଜିଲାର ସମସ୍ତ ଥାନା ଅଧିକାରୀ, ରିଜର୍ଭ ପୋଲିସ ଯବାନ ପ୍ରମୁଖ ଉପସ୍ଥିତ ଥିଲେ ।