ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ପରଲୋକ

ଦଶରଥପୁର : ଗୁରୁବାର ଏହି ବ୍ଲକ କଟିକଟା କେସି ବେହେରା ନୋଡାଲ୍ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ତଥା ଦଶରଥପୁର ବ୍ଲକର ପୂର୍ବତନ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପ୍ରମୁଖ ଅକ୍ଷୟ କୁମାର ମହାନ୍ତି(୬୦)ଙ୍କ ପରଲୋକ ଘଟିଛି । ଗତ କିଛିଦିନଧରି କର୍କଟ ରୋଗରେ ପିଡ଼ିତ ହୋଇ ଆ·ର୍ଯ୍ୟ ହରିହରି କ୍ୟାନ୍ସର ହସ୍ପିଟାଲ୍ କଟକରେ ଚିକିିତ୍ସିତ ହେଉଥିବା ବେଳେ ପରଲୋକ ହୋଇଥିଲା । ଦୀର୍ଘବର୍ଷ ଧରି ଶିକ୍ଷକତା କରିବା ସହ ବ୍ଲକରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର କାର୍ଯ୍ୟକୁ ସୁ·ରୁରୂପେ ଆଗେଇ ନେଇଥିଲେ । ସଂଘର ପ୍ରମୁଖ କାର୍ଯ୍ୟକର୍ତ୍ତାଭାବେ ଦୀର୍ଘ ୧୦ବର୍ଷରୁ ଊଦ୍ଧ୍ୱର୍ ସମୟ ଧରି ସେ କାର୍ଯ୍ୟ କରିଥିଲେ । ଜଣେ କର୍ତ୍ତବ୍ୟ ନିଷ୍ଠ ଶିକ୍ଷକ ଭାବେ ଛାତ୍ରଛାତ୍ରୀମାନଙ୍କୁ ଗଢ଼ି ତୋଳିବାରେ ନିଷ୍ଠାର ସହ କାର୍ଯ୍ୟ କରିଥିଲେ । ତାଙ୍କ ପରଲୋକ ଖବର ପାଇ ତଳିହା ରାମବାଗ ପାଳଦା ସ୍ଥିତ ତାଙ୍କ ବାସଭବନରେ ସଂଘ, ସଂଘର କାର୍ଯ୍ୟକର୍ତ୍ତା, ବିଜେପି କାର୍ଯ୍ୟକର୍ତ୍ତ ଓ ବୁଦ୍ଧିଜୀବୀ ପହଞ୍ଚô ଅନ୍ତିମ ଦର୍ଶନ କରିଥିଲେ । ଅନ୍ତିମ ସଂସ୍କାର ବାସଭବନ ସନ୍ନିକଟରେ ସଂପର୍ଣ୍ଣ ହୋଇଥିଲା ।