ନାଳରୁ କଇଁଛ ଉଦ୍ଧାର

 ରାଜନଗର : ରାଜନଗର ବ୍ଲକ ତାଳଚୁଆ ସାମୁଦ୍ରିକ ଥାନାର କିଛି ଦୂରରେ ଥିବା ନଳିତାନାଳରୁ ଏକ ଅଲିଭରିଡଲେ କଇଁଛକୁ ବନବିଭାଗ ଉଦ୍ଧାର କରିଛି  । ସମୁଦ୍ର ଜୁଆରରେ କାଳୀଭଞ୍ଜଡିଆ ସମ୍ମୁଖ ବୈ÷ତରଣୀ ନଦୀକୁ ଭାସି ଆସିଥିବା ଅଲିଭରିଡଲେ କଇଁଛଟି ନଳିତାପାଟିଆ ନାଳରେ ଲୋକମାନେ ଦେଖିଥିଲେ । ଖବର ପାଇ ବନକର୍ମଚାରୀମାନେ ପହଞ୍ଚି କଇଁଛଟିକୁ ଉଦ୍ଧାରକରି ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବଙ୍କ ନିଦେ୍ର୍ଦଶକ୍ରମେ ବାବୁବାଲି ନିକଟ ସମୁଦ୍ରରେ ଛାଡିଥିବା ସୂଚନା ମିଳିଛି ।