ବିଦୁ୍ୟତ ଆଘାତରେ ଯୁବକ ମୃତ
ବ୍ରହ୍ମବରଦା : ଶୁକ୍ରବାର ଏହି ଥାନା ଅନ୍ତର୍ଗତ ଛେନାଖିଆପାଟଣା ଗ୍ରାମ୧୩ ନମ୍ବର ୱାର୍ଡର ସ୍ୱର୍ଗତ ନାଥ ବେହେରାଙ୍କ ପୁଅ ଭାଗ୍ୟଧର(୪୧) ୧୧ କେଭି ବିଦୁ୍ୟତ ତାର ସଂସ୍ପର୍ଶରେ ଆସି ମୃତୁ୍ୟବରଣ କରିଛନ୍ତି । ଖବର ମତେ ଭାଗ୍ୟଧର ୧୦ବର୍ଷ ତଳେ ନିଜ ଶ୍ୱଶୁର ଘର ଭୁବନେଶ୍ୱରର ଓଲ୍ଡଟାଉନ ଅଂଚଳରେ ଭଡା ସୁତ୍ରରେ ରହି ସେଠାରେ ସାଇକେଲ ବ୍ୟବସାୟ କରି ପରିବାର ଚଳାଉଥିଲେ । ଆଜି ମଧ୍ୟାହ୍ନ ସମୟରେ ଲଗାଣ ବର୍ଷା ଲାଗି ରହିଥିବା ବେଳେ ଉକ୍ତ ଆଜବେଷ୍ଟରୁ ପାଣି ଗଳିଥିଲା । ଭାଗ୍ୟଧର ଆଜବେଷ୍ଟ ଉପରେ ଜରିପାଲ ପକାଇବାକୁ ଯାଇଥିବା ବେଳେ ଅସାବଧାନତା ବଶତଃ ଦୋକାନ ଉପର ଦେଇ ଯାଇଥିବା ୧୧କେଭି ବିଦୁ୍ୟତ ତାର ସଂସ୍ପର୍ଶରେ ଆସି ଯିବାରୁ ଘଟଣାସ୍ଥଳରେ ଟଳି ପଡିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲକୁ ନେଇଯାଇଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଭୁବନେଶ୍ୱର ଲିଙ୍ଗରାଜ ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ ହେବା ସହ ଶବ ବ୍ୟବଛେଦ କରାଯାଇ ମୃତ ଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ କରାଯାଇଥିବା ବେଳେ ଉକ୍ତ ଘଟଣାକୁ ନେଇ ବ୍ରହ୍ମବରଦା ଅଂଚଳରେ ଶୋକର ଛାୟା ଖେଳିଯାଇଛି ।