ନିଶା ନିବାରଣ ପ୍ରତିବାଦ ସଭା
ରାଜକନିକା : ରାଜକନିକା କୋରନ୍ଦ ଗ୍ରାମପଞ୍ଚାୟତର ବାଂଶରୀୟ ପାଟଣା ଗାଁ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଗ୍ରାମବାସୀ ଓ ସମାଜସେବୀ ରଞ୍ଜନ ସେଠିଙ୍କ ମିଳିତ ସହଯୋଗରେ ଚୋରା ମଦ ବେପାରୀଙ୍କ ବିରୁଦ୍ଧରେ ନିଶା ନିବାରଣ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟଅତିଥି ରାଜକନିକା ଥାନା ଅଧିକାରୀ ସଞ୍ଜୟ କୁମାର ମଲ୍ଲିକ, ସନମାନିତଅତିଥି ଭାବେ ଅବସରôପ୍ରାପ୍ତ ପ୍ରାଧ୍ୟାପକ ସୁରେଶ ଚନ୍ଦ୍ର ମିଶ୍ର, ମୁଖ୍ୟବକ୍ତା ଅବସରପ୍ରାପ୍ତ ଶିକ୍ଷକ କାଳିପ୍ରସାଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ତେବେ କୋରନ୍ଦ ପଞ୍ଚାୟତରେ ନିଶା କରବାରକୁ ବନ୍ଦ କରିବା ପାଇଁ ରାଜକନିକା ଥାନା ଅଧିକାରୀଙ୍କୁ ଏହି ପ୍ରତିବାଦ ସଭା ମାଧ୍ୟମରେ ଅବଗତ କରାଇଥିଲେ ଏବଂ ଥାନା ଅଧିକାରୀ ମଧ୍ୟ କହିଥିଲେ ଆପଣ ମାନେ ଆଇନ୍କୁ ହାତକୁ ନନେଇ ଆମକୁ ସାହାର୍ଯ୍ୟ କରନ୍ତୁ ଆପଣଙ୍କ ପଞ୍ଚାୟତରୁ ନିଶା କାରବାର ରୋକିପାରିବୁ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସଭାରେ ଶତାଧିକ ମହିଳା ଓ ପୁରୁଷ ଏବଂ ସ୍ଥାନୀୟ ଜନସାଧାରଣ ମାନେ ଉପସ୍ଥିତ ଥିଲେ ।