ବନ୍ୟାରେ ଭାସିଯାଇ ଜଣେ ମୃତ
ାା ପ୍ରଭାନୁ୍ୟଜ ।ା ପଟ୍ଟାମୁଣ୍ଡାଇ : ବ୍ରାହ୍ମଣୀ ନଦୀରେ ୨ୟ ଥର ବନ୍ୟା ଆସିବା ଫଳରେ ଶ୍ରୀରାମପୁର, ଡାମରପୁର, ବଳଭଦ୍ରପୁର ଓ ଶାସନ ପଞ୍ଚାୟତର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇ ପଡିବା ସହିତ ହଜାର ହଜାର ଲୋକ ବିପନ୍ନ ହୋଇଛନ୍ତି । ଶ୍ରୀରାମପୁର, ଡାମରପୁର ଓ ବଳଭଦ୍ରପୁର ବାହ୍ୟଜଗତରୁ ବିଛିନ୍ନ ହୋଇପଡିଛି । ଆଜି ଶ୍ରୀରାମପୁର ପଞ୍ଚାୟତରେ ଏକ ଅଭାବନୀୟ ଦୁଖଦଃ ଘଟଣା ଘଟିଛି । ଶ୍ରୀରାମପୁର ପଞ୍ଚାୟତ ପାଳପାଟଣା ଗ୍ରାମର ଦୀନବନ୍ଧୁ ଧଳ (୬୫) ବନ୍ୟା ଜଳରେ ବୁଡି ଯାଇ ପ୍ରାଣ ହରାଇଛନ୍ତି । ବନ୍ୟା ସ୍ରୋତରେ ଭାସି ଯାଉଥିବା ପ୍ରତାପ ସାହୁ ନାମକ ଜଣେ ବ୍ୟକ୍ତିକୁ ଉଦ୍ଧାର କରିବାକୁ ଯାଇ ବନ୍ୟାର ପ୍ରଖର ସ୍ରୋତରେ ପଡି ବନ୍ୟା ପାଣିରେ ବୁଡି ଯାଇ ଦୀନବନ୍ଧୁ ମୃତୁ୍ୟବରଣ କରିଥିଲେ ଓ ସେହିପରି ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଳଭଦ୍ରପୁର ପଞ୍ଚାୟତ ବାଲିପାଟଣା ଗ୍ରାମର ମନୋଜ କୁମାର ଦାଶ (୪୫)ବନ୍ୟା ଜଳରେ ବୁଡି ଯାଇ ତାଙ୍କ ମୃତ ଦେହ ବଳଭଦ୍ରପୁର ନିକଟରେ ଭାସୁଥିବା ସ୍ଥାନୀୟ ଲୋକମାନେ ଉଦ୍ଧାର କରିଥିଲେ । ବନ୍ୟାରେ ପଟ୍ଟାମୁଣ୍ଡାଇ ବ୍ଲକରେ ୨ ଜଣଙ୍କ ମୃତୁ୍ୟ ଘଟିଛି । ବନ୍ୟାରେ ବୁଡି ଯାଇ ପାଳପାଟଣା ଗ୍ରାମର ଦୀନବନ୍ଧୁ ଧଳଙ୍କ ମୃତୁ୍ୟ ଘଟଣା ସମଗ୍ର ଅଞ୍ଚÿଳରେ ଶୋକର ଛାୟା ଖେଳାଇ ଦେଇଛି । ଖବର ପାଇ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ପୁଲିସ ଘଟଣାସ୍ଥଳରେ ପହଁଞ୍ଚÿି ଅଗ୍ନିଶମ ବାହିନୀ ସହାୟତାରେ ଶବ ଉଦ୍ଧାର କରି ବ୍ୟବଛେଦ ପାଇଁ ଆଳି ଡାକ୍ତରଖାନା ପଠାଇଛନ୍ତି ।