ମା’ ତାରିଣୀଙ୍କ ଯଜେ୍ଞାତ୍ସବ
ଦାନଗଦୀ : ଦାନଗଦୀ ବ୍ଲକ ମାନଗୋବିନ୍ଦପୁର ଛକଠାରେ ପବିତ୍ର ବୈଶାଖ ମାସରେ ଚାରିଦିନ ବ୍ୟାପୀ ମା’ତାରିଣୀଦେବୀଙ୍କ ଯଜ୍ଞଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଯଜ୍ଞ ଉତ୍ସବର ପ୍ରଥମ ଦିବସରେ ଅଙ୍କୁରାରୋପଣ,ଅଧିବାସ, ଦେବୀଙ୍କ ଧ୍ୟାନ୍ୟାଦିବାସ, ମଣ୍ଡଳାଦୀକରଣ ହୋଇଥିବା ବେଳେ ଦ୍ୱିତୀୟ ଦିବସରେ କଳସ ଯାତ୍ରା, ସୂର୍ଯ୍ୟପୂଜା, ଗୋ ପୂଜା,ଯଜ୍ଞ ମଣ୍ଡପ ପୂଜା, ଅଗ୍ନି ସ୍ଥାପନା,ଦେବୀଙ୍କର ନଗର ଭ୍ରମଣ, ମହାସ୍ନାନ, ଠାକୁରାଣୀଙ୍କ ଶୟନ ଓ ସନ୍ଧ୍ୟା ଆଳତୀ ହୋଇଥିଲା । ତୃତୀୟ ଦିବସରେ ବେଦ ପାଠ, ସୂର୍ଯ୍ୟପୂଜା, ଗୋ ପୂଜା,ମଣ୍ଡପପୂଜା, ଦେବୀଙ୍କର ଜୀବନ୍ୟାସ, ଦେବୀଙ୍କର ମନ୍ଦିର ପ୍ରବେଶ ଓ ସନ୍ଧ୍ୟା ଆଳତୀ ହୋଇଥିଲା ।ସେହିପରି ଶେଷ ଦିବସରେ ବେଦପାଠ, ସୂର୍ଯ୍ୟପୂଜା, ଗୋ ପୂଜା,ଦେବୀଙ୍କର ନବ ଯୌବନ ଦର୍ଶନ,ଦେବୀଙ୍କର ରାଜ ଉପଚାର, ଚଣ୍ଡୀଯଜ୍ଞ,ଶେଷରେ ପୂର୍ଣ୍ଣାହୁତି ଦିଆଯାଇଥିଲା । ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମାନଗୋବିନ୍ଦପୁର ଛକ ଠାରେ ଥିବା ମା ତାରିଣୀଙ୍କ ପୀଠର ନବ ନିର୍ମାଣ, ବିଗ୍ରହ ପ୍ରତିଷ୍ଠା ଓ ଯଜ୍ଞଉତ୍ସବକୁ ବଣିକସଙ୍ଘର ସମସ୍ତ ସଭ୍ୟ, ବ୍ରାହ୍ମଣସାହି ଓ ମାନଗୋବିନ୍ଦପୁରର ଗ୍ରାମବାସୀଙ୍କ ମିଳିତ ସହଯୋଗରେ ସମାପନ ହୋଇଥିଲା ।