ସିଦ୍ଧାନ୍ତ ଓ ଆକାଶଙ୍କ ପରେ ବର୍ଷା

ଭୁବନେଶ୍ୱର : ସିଦ୍ଧାନ୍ତ ମହାପାତ୍ର ଓ ଆକାଶ ଦାସ ନାୟକଙ୍କ ପରେ ଆଉ ଜଣେ ତାରକା ନିର୍ବାଚନ ମଇଦାନକୁ ଓହ୍ଲାଇବେ । ବିଜେପି ଟିକେଟରେ ଦିଗପହଣ୍ଡିରୁ ସିଦ୍ଧାନ୍ତ ଓ କୋରେଇରୁ ଆକାଶଙ୍କୁ ଟିକେଟ ମିଳିସାରିଛି । ଆଜି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବର୍ଷା ପ୍ରିୟଦର୍ଶିନୀଙ୍କୁ ଟିକେଟ ଦେଇଛନ୍ତି । ପୂର୍ବରୁ ସିଦ୍ଧାନ୍ତ ଦୁଇ ଦୁଇ ଥର ବ୍ରହ୍ମପୁର ସାଂସଦ ହୋଇଥିବାବେଳେ ଆକାଶ ଥରେ କୋରେଇରୁ ବିଧାୟକ ହେବାର ସୁଯୋଗ ପାଇଛନ୍ତି । ବର୍ଷା ପୂର୍ବରୁ ବିଜେଡ଼ି ପାଇଁ ବହୁବାର ପ୍ରଚାର ମଇଦାନକୁ ଓହ୍ଲାଇବା ସହ ଅନ୍ୟମାନଙ୍କ ପାଇଁ ଭୋଟ ମାଗିଛନ୍ତି । କିନ୍ତୁ ଏଥର ସେ ନିଜ ପାଇଁ ଭୋଟ ମାଗିବେ ।