ବିଜେପି ସରକାରଙ୍କୁ ଟାର୍ଗେଟ କଲେ ଅରୁଣ ସାହୁ

ଗୃହରେ ମୁଲତବୀ ପ୍ରସ୍ତାବରେ ଭାଗ ନେଇ ସରକାରଙ୍କ ଉପରେ ବର୍ଷିଲେ ବିଜେଡି ବିଧାୟକ ଅରୁଣ ସାହୁ । କହିଲେ,ଦରବୃଦ୍ଧି ରୋକିବାରେ ସରକାର ବିଫଳ ହୋଇଛନ୍ତି । ଡବଲ ଇଞ୍ଜିନ ସରକାରରେ ମୁଁ ଭାବିଥିଲି ଗୋଟେ ମିଛ କହିବେ କିନ୍ତୁ ଡବଲ ମିଛ କହୁଛନ୍ତି । ପାଞ୍ଚଟି ଶ୍ରେଷ୍ଠ ମୌଳିକ ଆବଶ୍ୟକତା ଅଛି ଲୋକଙ୍କର, ତାହା ମଧ୍ୟ ପୂରଣ ହୋଇପାରିନି । ଆବଶ୍ୟକତା ଠାରୁ ଅଧିକ ଦାମ୍ ବଢିଲେ ଦରଦାମ କୁହାଯାଏ । ଏମିତି କୌଣସି ଗୋଟିଏ ପଦାର୍ଥ ନାହିଁ ଯାହାର ଦରଦାମ ଉପର ମୁହାଁ ନାହିଁ । ଖାଇବା ତେଲ ଠୁ ନେଇ ଜୋତା ପଲିସ ଯାଏଁ ସବୁର ଦର ବଢିଛି ।
ସେ ଆହୁରି ମଧ୍ୟ କହିଛନ୍ତି କେବଳ କମିଛି ବ୍ୟାଙ୍କରେ ଟଙ୍କା ରଖିଲେ ଶୁଦ୍ଧ କମିଛି । ନିବାସରେ ରିଟନ କମିଛି, ଲୋକଙ୍କର ପ୍ରାପ୍ୟ କମିଛି । ଡ଼ଲାର ତୁଳନା ରେ ଓଡ଼ିଶାର ଟଙ୍କାର ମୂଲ୍ୟ କମିଛି । ନିର୍ବାଚନ ସରିବା ପରେ ସରକାର ଅନ୍ଧ ମୁକ୍ତ ବଧିର ପାଲଟିଯାଇଛନ୍ତି । ବ୍ୟବସାୟୀଙ୍କ କଥା କହିଲେ ଆପଣ ମାନଙ୍କୁ ବାଧିବ। କାହିଁକି ନା ଆପଣ ଆଦାନୀ ଓ ଆମ୍ବନୀଙ୍କ ସହ ଅଛନ୍ତି । ମୁନାଫା ଖୋର୍ ମାନଙ୍କ ସହ ସରକାର ଯେତେବେଳେ ଭାଗୀଦାର ହୁଅନ୍ତି ସେତେବେଳେ ଦରଦାମ ବଢିବ । କେନ୍ଦ୍ର ସରକାର ଏଥି ପାଇଁ ପ୍ରଥମ ତ ଦାୟୀ ତା ପରେ ରାଜ୍ୟ ସରକାର । ଆପଣ ଉତ୍ତର ଦେବା ବେଳେ କହୁ କହୁ କିଛି ସତ୍ୟ କହିଦେଇଛନ୍ତି । କର୍ପୋରେଟ ହାଉସ ମୁନାଫା ପାଇଲେ ରାଜ୍ୟବାସୀ ହନ୍ତସନ୍ତ୍ ହେବେ । ହେଡ୍ ସାର୍ ଯେତେବେଳେ ଓଡ଼ିଶା ଆସିଥିଲେ ସେତେବେଳେ କହିଥିଲେ କି ଓଡ଼ିଶାରେ ପରିବର୍ତ୍ତନ ଲାଅ ଓ ଓଡ଼ିଶାକୁ ଏକ ନମ୍ୱର୍ କର । କିନ୍ତୁ ସବୁଥିରେ ଦରଦାମ ମାଡ଼। ଶୋଇବା ଖାଇବା ପିନ୍ଧିବା ଠୁ ନେଇ ଅନ୍ୟାନ୍ୟର ଦରଦାମ ନ କହିଲେ ଭଲ । ମନ୍ତ୍ରୀ ଏକ ନମ୍ୱର୍ ହାଟକୁ ଗଲେ କିନ୍ତୁ ଅମ୍ବାନୀଙ୍କ ରିଲିଆନ୍ସକୁ ଗଲେନି କାହିକିଁ ନା ଲକ୍ଷଣ ରେଖା ଟାଣ ଯାଇଛି । ଖୁଚୁରା ବ୍ୟବସାୟୀଙ୍କ ଦୋଷ ନାହିଁ । ଝିଇଁଣ୍ଟିକା ମାରି ବଣୀ ପୋଷିଲେ କିଛି ଲାଭ ନାହିଁ । ବିରୋଧୀ ଦଳ ରେ ବସିଥିବା ବେଳେ କହୁଥିଲ ଭାଟ କମାଅ ଏବେ ତୁମେ ସେପଟେ କମାଆଉନ । ତୁମ ନାରା ବର୍ତ୍ତମାନ ସବକା ବିନାଶ ଶବକା ହତାଶ ।