ନିଆରା କଣ୍ଢେଇ ବିବାହ ସତମନ୍ତ୍ର, ମିଛ ବିବାହ
ାା ପ୍ରଭାନୁ୍ୟଜ୍ ।ା ବାଲିଅନ୍ତା : ବାଜାବାଣ, ରୋଷଣିରେ ଗାଁଦାଣ୍ଡ ଫାଟି ଉଠୁଥିଲା । ବିବାହ ହୋଇଥିଲା ଦୁଇଜଣ କନ୍ୟାଙ୍କ ମଧ୍ୟରେ । ଯାହାକୁ ଆମ ସମାଜରେ କଣ୍ଢେଇ ବାହାଘର ବା ଜୁମାରୀ ବିବାହ କୁହାଯାଏ । କ୍ରମବର୍ଦ୍ଧିଷ୍ଣୁ ସମାଜରେ ଧିରେଧିରେ ଜନମାନସରୁ ଲିଭି ଯାଉଥିବା ଏଭଳି ଏକ ପୁରାତନ ପରମ୍ପରାକୁ ମନେରଖିବା ପାଇଁ ବାଲିଅନ୍ତା ବ୍ଲକ୍ ପ୍ରତାପଶାସନ ପଞ୍ଚାୟତ ଚାରିମାଣିଆ ଗ୍ରାମରେ ଆୟାଜନ କରାଯାଇଥିଲା ଏହି କୁମାରୀ ବିବାହ । କୁମାରପୂର୍ଣ୍ଣମୀରେ ଏହି ଉସôବ ପାଳନ କରାଯିବାକୁ ଥିବା ବେଳେ ଚଳିତବର୍ଷ ସଂକ୍ରାନ୍ତି ପଡ଼ୁଥିବାରୁ ମଙ୍ଗଳବାର ଏହି ଉସôବକୁ ଧୁମଧାମରେ ପାଳନ କରିଛନ୍ତି ଗଜଲକ୍ଷ୍ମୀ ସାଂସ୍କୃତିକ ପରିଷଦ, ଚାରିମାଣିଆ ଗ୍ରାମର କୁମାରୀ ମାନେ । ସାମାଜିକ ପରମ୍ପରା ଓ ଯଥା ରିତୀନିତୀ ଅନୁସାରେ ଗତ ୬ ତାରିଖରେ ସ୍ଥାନୀୟ ମନ୍ଦିରରେ ବରକନ୍ୟାଙ୍କ ମଧ୍ୟରେ ନିର୍ବନ୍ଧ ହୋଇଥିବା ବେଳେ ୧୨ ତାରିଖରେ ଜାଈବଡି ଅନୁକୂଳ କରାଯାଇଥିଲା । ୧୪ ତାରିଖରେ ମଙ୍ଗନ ଓ ମେହେନ୍ଦି କାର୍ଯ୍ୟକ୍ରମ ହୋଇଥିଲା । ମଙ୍ଗଳବାର ବରକନ୍ୟାଙ୍କ ମଧ୍ୟରେ ବିବାହ ହୋଇଥିଲା । ସକାଳୁ କନ୍ୟାଘର ଲୋକେ ଗ୍ରାମଦେବତୀଙ୍କ ନିକଟକୁ ଦିଅଁ ମଙ୍ଗୁଳିଆ ପରେ ବାଢୁହ ପାଣିରେ କନ୍ୟାକୁ ଗାଧୋଇବା ଆଦି ସମ୍ପର୍ଣ୍ଣ ହୋଇଥିଲା । ସିନ୍ଦୂର, ଶାଢି ପିନ୍ଧାଇ ସଜବାଜ କରି କନ୍ୟାଙ୍କୁ ଗୋଟେ ଘରେ ବସାଇଥିଲେ । ପରେ ବରଘର ପକ୍ଷରୁ ସୁସଜ୍ଜିତ କାରରେ ବର ଓ ବରଯାତ୍ରୀ ବାଜାବାଣ ରୋଷଣିରେ କନ୍ୟା ଘରକୁ ଆସିଥିଲେ । ତା ପରେ କନ୍ୟାପିତା ବରକୁ ବାଟବରଣୀ ପରେ ଆରମ୍ଭ ହୁଏ ବୈଦିକ ରୀତିରେ ବିବାହ କାର୍ଯ୍ୟ । ହାତ ଗଣ୍ଠି, ଶଳାବିଧା, କଉଡ଼ି ଖେଳ ଆଦି କାର୍ଯ୍ୟ କରାଯିବା ପରେ ବନ୍ଦାଣ କରାଯାଇଥିଲା । ଏହି ଉସôବରେ ବର ଭୂମିକାରେ ମିତାଲୀ ସାହୁ ଓ କନ୍ୟା ଭୂମିକା ମିଠି ସାହୁ ତୁଲାଇଥିବା ବେଳେ ବରପିତା ଅଜୟ ସାହୁ ଓ କନ୍ୟାପିତା ଭାବେ ତପନ ସାହୁ ତୁଲାଇଥିଲେ । ପୁରୋହିତ ଭାବେ ସସ୍ମିତା ସାହୁ ଓ ସୁମି ସାହୁଙ୍କ ମନ୍ତ୍ର ଧ୍ୱନୀରେ ବରକନ୍ୟାଙ୍କ ବିବାହ ସମ୍ପର୍ଶ ହୋଇଥିଲା । ଶେଷରେ ଗାଁର ମହିଳା ବରକନ୍ୟାଙ୍କ ଦ୍ୱାରା ବନ୍ଦାଣ କାର୍ଯ୍ୟକ୍ରମ ହୋଇଥିଲା । ଟିକିନା ସାହୁ ହାତଗଣ୍ଡି ଫିଟାଇଥିବା ବେଳେ ଶଳାବିଧା ମିନା ସାହୁ ମାରିଥିଲେ । ଏଥିରେ ଅତିଥିଭାବେ ସ୍ଥାନୀୟ ଜନପ୍ରତିନିଧୁ, ସମାଜସେବୀ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ବରକନ୍ୟାକୁ ଆଶୀର୍ବାଦ ପ୍ରଦାନ କରିଥିବା ବେଳେ ପରିଷଦର ସମ୍ପାଦକ ସୁଜିତ ବେହେରା, ସଭାପତି ଅଲେଖ ସାହୁ ସମେତ ଗ୍ରାମର ଲିପି ସାହୁ, ଲିଳିମା ସାହୁ, ଖୁସି, ଲିଟିଲ, ଗୁଡୁଲୀ ଆଦି କୁମାରୀ ମାନେ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।