ବିଧାନସଭାରେ ଲିଖିତ ଉତ୍ତର ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ : ବିଶ୍ୱାସରେ ଦିଆଯାଉଛି ବିଷ, ମିଳୁଛି ନକଲି ଔଷଧ

ବଜାରରେ ବୁଲୁଛି ପୁଳାପୁଳା ନକଲି ଔଷଧ । ବାହାର ରାଜ୍ୟରୁ ଓଡିଶାକୁ ଆସୁଛି ନକଲି ଔଷଧ । ଜିଙ୍ଗ ସଲଫେଟ୍, ସୋଡିୟମ ଲାକଟେଟ ନିମ୍ନମାନର ଧରାପଡିଛି । ହେପ୍ରେନ ସୋଡିୟମ ଇଞ୍ଜେକସନ ନିମ୍ନମାନର ଧରାପଡିଛି । ଉତ୍ତରପ୍ରଦେଶ, ମଧ୍ୟପ୍ରେଦଶ, କୋଲକାତା , ହାଇଦ୍ରାବାଦରୁ ଆସୁଛି ନକଲି ଔଷଧ । ୩ ବର୍ଷରେ ୧୦୩ଟି ଔଷଧ ନିମ୍ନମାନର ଧରାପଡିଛି । ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ବିଧାନସଭାରେ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରି କହିଥିଲେ, ଓଡିଶା ଔଷଧ ନିଗମ ଦ୍ୱାରା ଗତ ୩ ଆର୍ଥିକ ବର୍ଷରେ କେତେ ଔଷଧ ଓ ଚିକିତ୍ସା ଯନ୍ତ୍ରାଶଂ ରାଜ୍ୟ ଓ ରାଜ୍ୟ ବାହାରକୁ କ୍ରୟ କରାଯାଇଛି । ଏହିସବୁ ଔଷଧ ଓ ଚିକିତ୍ସା ଯନ୍ତ୍ରାଶଂର ମାନ ଯାଞ୍ଚ ପାଇଁ କି ନୀତି ଅବଲମ୍ୱନ କରାଯାଇଛି । ନିମ୍ନମାନର ଔଷଧ ୟୋଗାଣକାରୀଙ୍କ ବିରୋଧରେ କି କାର୍ୟ୍ୟାନୁଷ୍ଠାନ ନିଆଯାଇଛି ?