ଆସିକାକୁ ମିଳିଲା ମୁ୍ୟନିସିପାଲିଟି ମାନ୍ୟତା 

 ଆସିକା : ରାଜ୍ୟର ସର୍ବ ପୁରାତନ ତଥା ଗଞ୍ଜାମ ଜିଲ୍ଲାର ବ୍ୟବସାୟ  ପେଣ୍ଠସ୍ଥଳୀ  ଏବଂ ମଧ୍ୟବର୍ତ୍ତୀ ଇଲାକା ଆସିକା ସହରକୁ ଆଜି ସ୍ୱାୟତ୍ତ ଶାସନ ଦିବସରେ  ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁନିସିପାଲିଟିର ମାନ୍ୟତା ଦେଇଛନ୍ତି  । ଗତ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଆସିକାକୁ ପୁର୍ବ ସରକାର ମୁନିସିପାଲିଟି ଘୋଷଣା କରିଥିଲେ ମଧ୍ୟ କୌଣସି କାଗଜ ପତ୍ର ହୋଇ ନଥିବା ମାନ୍ୟବର ନଗର ଉନ୍ନୟନ ମନ୍ତ୍ରୀ ବିଧାନସଭାରେ ଉତ୍ତର ରଖିଥିଲେ  । ଆସିକା ବିଧାୟକ ସରୋଜ କୁମାର ପାଢ଼ୀ ଆସିକା ଏନଏସିକୁ ମୁନିସିପାଲିଟି ର ମାନ୍ୟତା ପାଇଁ  ପ୍ରଚେଷ୍ଟା କାରିଥିବାରୁ ଶ୍ରୀ ପାଢ଼ୀ ଙ୍କୁ ଏନଏସି କାଉନସିଲ ପରିଷଦ ଏବଂ କର୍ମଚାରୀ, ଆସିକାର ବୁଦ୍ଧିଜୀବୀ, ଶିକ୍ଷାବିତ, ସମବାୟବିତ, ସାଧାରଣ ଜନତାଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରଂଶସା କରି ଶୁଭେଚ୍ଚା ଜଣାଇଛନ୍ତି  । ନୂତନ ମୁନିସିପାଲିଟି ସ୍ୱୀକୃତି ମିଳିବା ପରେ ଅଧକ୍ଷା ବିନେତା ସ୍ୱାଇଁ ଓ ଉପାଧକ୍ଷା ଜୟନ୍ତୀ ବିଷୋୟୀ ସମସ୍ତ କାଉନସିଲର ଓ କର୍ମଚାରୀ  ଆସିକାରେ ପୌରାଞ୍ଚଳର ନୂତନ ମିଶ୍ରଣ ହୋଇଥିବା ୱାର୍ଡ ବାସିନ୍ଦା ଅଞ୍ଚଳର ସମଗ୍ର ଉନ୍ନତି ପ୍ରତି ଗୁରୁତ୍ୱ ଦିଆଯିବ ଏବଂ ଏଥି ସହିତ ନୂତନ ଆସିକା ପୌର ଅଞ୍ଚଳକୁ ରାଜ୍ୟ ତଥା ଦେଶରେ ଶ୍ରେଷ୍ଠ ହେବା ପାଇଁ ଚେଷ୍ଟା କରିବାକୁ କହିଛନ୍ତି  । ମୁଖ୍ୟମନ୍ତ୍ରୀ ଘୋଷଣା ପରେ ଆସିକରେ ସବୁ ବର୍ଗର ଲୋକେ ଆନନ୍ଦ ଉଲ୍ଲାସ ପାଳନ କରିଛନ୍ତି  ।