ସ୍ୱାଧୀନତା ସଂଗ୍ରାମୀ ଭଗବତୀ ପାଣିଗ୍ରାହୀଙ୍କ ସ୍ମୃତିସଭା
ାା ପ୍ରଭାନୁ୍ୟଜ ।ା କଟକ: ବିପ୍ଳବୀ ସ୍ୱାଧୀନତା ସଂଗ୍ରାମୀ, ଗଡ଼ଜାତ ପ୍ରଜା ଆନେ୍ଦାଳନର ଅନ୍ୟତମ ମହାରଥି ତଥା ଓଡ଼ିଶାରେ କମୁ୍ୟନିଷ୍ଟ ପାର୍ଟିର ପ୍ରତିଷ୍ଠାତା ସଂପାଦକ ଭଗବତ ପାଣି ଗ୍ରାହୀଙ୍କ ସ୍ମୃତିସଭା ସ୍ଥାନୀୟ ସତୀଚଉରା ଠାରେ ଅନୁଷ୍ଠିତ ହୋଇଯାଇଛି । ଶ୍ରମିକ ନେତା କିଶୋର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସିଏମସି ମେୟର ସୁବାସ ସିଂହ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଭଗବତୀ ପାଣିଗ୍ରାହୀଙ୍କ ଜନ୍ମ ଦିବସରେ ସିଡିଏରେ ଥିବା ଭଗବତୀ ପାର୍କରେ ତାଙ୍କର ଏକ ପ୍ରତିମୂର୍ତ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ କରାଯିବ ବୋଲି ଘୋଷଣା କରିଥିଲେ । ସିପିଆଇ ରାଜ୍ୟ ସଂପାଦକ ଆଶିଷ କାନୁନଗୋ, ବିଜେଡ଼ି ନେତା ତଥା ପୂର୍ବତନ ମନ୍ତ୍ରୀ ଶଶି ଭୂଷଣ ବେହେରା, ରବି ନାରାୟଣ ମଲ୍ଲିକ, ଖଗେଶ୍ୱର ସେଠୀ, ଚିତ୍ତ ରଞ୍ଜନ ମହାନ୍ତି, ପ୍ରଶାନ୍ତ ଦାସ, ଫିରୋଦ ସିଂହଦେଓ, ପ୍ରଶାନ୍ତ ମିଶ୍ର, ବିବେକାନନ୍ଦ ଦାସ, ସୁପର୍ଣ୍ଣୋ ଶତପଥି ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ବିନୋଦ ବେହେରା, ପ୍ରସନ୍ନ ମହାପାତ୍ର, ଡାକ୍ତର ସାନନ୍ଦ ସେଠୀ ପ୍ରମୁଖ ପରିଚାଳନା କରିଥିଲେ ।