ଖଡ଼ିକାପଦା କ୍ଳଷ୍ଟର ସ୍ତରୀୟ ସୁରଭି
ାା ପ୍ରଭାନୁ୍ୟଜ ।ା ବୈଶିଙ୍ଗା: ଖଡିକାପଦା ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ସୁରଭି -୨୦୨୪ ରାଇକମା ଆଶ୍ରମ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କ୍ଲଷ୍ଟର୍ ଅନ୍ତର୍ଗତ ଏଗାରଟି ବିଦ୍ୟାଳୟର ମୋଟ ୧୪୦ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ରଜତ କୁମାର ଦାଶ ସଭାପତି ଆସନ ଅଳଙ୍କୃତ କରିଥିଲେ । ମୁଖ୍ୟଅତିଥି ଭାବେ ରଘୁନାଥ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜିତ କୁମାର ଜେନା ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇ ନିଜର ପ୍ରତିଭା ପ୍ରଦର୍ଶନ କରିବାକୁ ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରଣତି ଆଚାର୍ଯ୍ୟ ଯୋଗ ଦେଇଥିଲେ । ଖଡ଼ିକାପଦା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସତ୍ୟରଞ୍ଜନ ରାଉତଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମଞ୍ଚ ପରିଚାଳନା କରିଥିଲେ ବିଶ୍ୱନାଥ ପ୍ରଧାନ । ଶ୍ରୀ ରାଉତ ବିଭିନ୍ନ ପ୍ରତିଯୋଗିତାର ନୀତିନିୟମ ବିଷୟରେ ଆଲୋଚନା କରିଥିଲେ । ସମସ୍ତ ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ପ୍ରତିଯୋଗୀ ବ୍ଲକ୍ସ୍ତରୀୟ ସୁରଭି କାର୍ଯକ୍ରମରେ ଯୋଗ ଦେବେ । ଆସିଥିବା ବିଭିନ୍ନ ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀ ସମସ୍ତ ପ୍ରକାର ପ୍ରତିଯୋଗିତା ଶୃଙ୍ଖଳିତ ଭାବେ ପରିଚାଳନା କରିଥିଲେ । ଏହି ଅବସରରେ ରାଇକମା ଆଶ୍ରମ ବିଦ୍ୟାଳୟର ଛାତ୍ର ରବୀନ୍ଦ୍ର ହାଁସଦା, ସୁରେଶ ସିଂ ସପ୍ତମ ବାଲୁକା କଳା ପ୍ରଦର୍ଶନ କରି ଅତିଥିଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ । ଶେଷରେ ରୂପା ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ ।