ଶେଷହେଲା ଧର୍ମଶାଳା ସ୍ୱାଭିମାନ ଯାତ୍ରା  ‘ବଂଶୀ’ ଚିହ୍ନ ପାଇଁ ସମର୍ଥନ ବଢାଉଛନ୍ତି ସତୀଶ

 ଯାଜପୁର: ଧର୍ମଶାଳାର ସ୍ୱାର୍ଥରକ୍ଷା ଏବଂ ବଂଶବାଦ ଭ୍ରଷ୍ଟାଚାର ବିରୋଧରେ ନିରନ୍ତର ଲଢେଇ କରି ଆସିଥିବା ମା, ମାଟିର ସଂଗ୍ରାମୀ ନେତା ସତୀଶ ବିଶ୍ୱାଳଙ୍କ ସମର୍ଥନରେ ଆରମ୍ବ ହୋଇଥିବା ଧର୍ମଶାଳା ସ୍ୱାଭିମାନ ଯାତ୍ରା ଶୁକ୍ରବାର ଶେଷ ହୋଇଛି । ଏହି ଅବସରରେ ଧର୍ମଶାଳା ବିଧାନସଭା କ୍ଷେତ୍ରରେ ୫୪ ପଞ୍ଚାୟତରେ ଅନୁଷ୍ଠିତ ହୋଇଥିବା ମୋଟର ସାଇକେଲ ଶୋଭାଯାତ୍ରାକୁ ସାଧାରଣ ଲୋକେ ଉଚ୍ଛସିତ ସମ୍ବର୍ଦ୍ଧନା ପ୍ରଦାନ ପରେ ଧର୍ମଶାଳାର ସ୍ୱାଧୀନ ବିଧାୟକ ପ୍ରାର୍ଥୀ ସତୀଶ ବିଶ୍ୱାଳ ବଂଶୀ ଚିହ୍ନ ପାଇଁ ସମର୍ଥନ ବଢାଇବାରେ ଲାଗିଛନ୍ତି । 
ଧର୍ମଶାଳା ବ୍ଲକର ୧୧ ନମ୍ବର ଜୋନର ଏଣ୍ଡଳବା ପଞ୍ଚାୟତ ଟେଣ୍ଟଳ ଠାରୁ ଆରମ୍ବ ହୋଇଥିବା ଧର୍ମଶାଳା ସ୍ୱାଭିମାନ ଯାତ୍ରା୧୨, ୧୩.୧୪,୧୫ ନମ୍ବର ଜୋନ ପରେ ଆଜି ରସୁଲପୁର ବ୍ଲକର ୩୪ ନମ୍ବର ଜୋନ ବିଭିନ୍ନ ଗ୍ରାମ ପରିକ୍ରମା କରିଛି । ଏଥିରେ ବିଭିନ୍ନ ସ୍ଥାନରେ ସତୀଶ କହିଛନ୍ତି ଯେ, ଆସନ୍ତା ବିଧାନସଭା ନିର୍ବାଚନରେ ଧର୍ମଶାଳାରୁ ବଂଶବାଦ ଭ୍ରଷ୍ଟାଚାର ଏବଂ ଠିକାଦାରୀ ରାଜନୀତି ଶେଷ କରିବାକୁ ଲୋକେ ନିଷ୍ପତ୍ତି ନେଇଛନ୍ତି । ଧର୍ମଶାଳାରେ ଲୋକେ ସେହି ଲୋକଙ୍କୁ ଭୋଟ ଦେବେ ଯିଏ ଏହି ବଂଶବାଦ ଭ୍ରଷ୍ଟାଚାର ବିରୋଧରେ ପ୍ରଥମେ ଲଢେଇ ଆରମ୍ବ କରି ଅଦ୍ୟାବଧି ଲଡୁଛି । ବଂଶବାଦ ଭ୍ରଷ୍ଟାଚାର ବିରୋଧରେ ଧର୍ମଶାଳାରେ ମୁଁ ପ୍ରଥମେ ସ୍ୱର ଉଠାଇ ଅଦ୍ୟାବଧି ଲଢେଇ କରିଛି । ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ମୋର ପ୍ରତିଦ୍ୱନ୍ଦୀ ମାନେ ଏହି ବଂଶବାଦ ଭ୍ରଷ୍ଟାଚାର ସହ ରହି ବିପୁଳ ଲାଭ ନେଇଛନ୍ତି । ଜନପ୍ରତିନିଧି ହେବାର କୌଣସି ଯୋଗ୍ୟତା ନଥାଇ କେବଳ ଟଙ୍କା ବଳରେ କେହି ରାଜନୀତି କରିବା ଉଦ୍ୟମ କେବଳ କ୍ଷଣସ୍ଥାୟୀ ହୋଇଥାଏ । ଲୋକେ ସବୁ ପ୍ରାର୍ଥୀଙ୍କ ଚିତ୍ରଚରିତ୍ରକୁ ଅତି ନିକଟରୁ ଠିକରେ ଏବଂ ଭଲରେ ବୁଝିଛନ୍ତି । ଧର୍ମଶାଳା ପରି ପବିତ୍ରମାଟିରେ ସେଭଳି କିଛିବି ପଥଗାମୀ, ଠିକାଦାର, ଦୁର୍ନୀତିଗସ୍ତ ବ୍ୟକ୍ତି ପ୍ରାର୍ଥୀ ହେବା ଆମ ମାଟିର ଦୁର୍ଭାଗ୍ୟ ହୋଇପଡିଛି । ଧର୍ମଶାଳାରେ ଆଉ ଠିକାଦାର ରାଜନୀତି ଚାଲିବ ନାହିଁ । ଧର୍ମଶାଳାରେ ବଂଶବାଦ ଭ୍ରଷ୍ଟାଚାର ବିରୋଧରେ ଗୋଟିଏ ଜବରଦସ୍ତ ଲଢେଇ ପାଇଁ ମୋତେ ବହୁବର୍ଷ ଅକ୍ଳାନ୍ତ ପରିଶ୍ରମ ଓ ସାଧନା କରିବାକୁ ପଡିଛି । ସେଥିପାଇଁ ମୋଜୀବନକୁ ମୁଁ ଉସôର୍ଗକରି ଦେଇଛି ।
 ଏହା ଧର୍ମଶାଳାର ଜନମନ ବୁଝିଛି । ଧର୍ମଶାଳାରେ ଏଥର ମାଟିର ପୁଅ ଏବଂ ଭଲ ଲୋକଙ୍କୁ ଭୋଟ ଦେବାକୁ ଲୋକେ ନିଷ୍ପତ୍ତି ନେଇ ସାରିଛନ୍ତି । ଧର୍ମଶାଳାର ବିଧାୟକ ଧର୍ମଶାଳାକୁ ଭ୍ରଷ୍ଟାଚାରର ପ୍ରୟୋଗ ଶାଳା କରିଛନ୍ତି । ବିଭିନ୍ନ ଦୁର୍ନୀତିରେ ସଂପୃକ୍ତ ରହି ଧର୍ମଶାଳା ମାଟିକୁ ସାରା ଦେଶରେ କଳଙ୍କିତ କରିଛନ୍ତି । ସେଥିପାଇଁ ଯେତେ ଟଙ୍କା ଖର୍ଚ୍ଚ କଲେ ବି ଲୋକେ ଆଉ ବଂଶବାଦ ଭ୍ରଷ୍ଟାଚାର ଶାସନ ଚଲାଇଥିବା ଧର୍ମଶାଳା ବିଧାୟକଙ୍କୁ ଭୋଟ ଦେବେ ନାହିଁ ବୋଲି ସତୀଶ ଦୃଢୋକ୍ତି ପ୍ରକାଶ କରିଛନ୍ତି ।