ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ
ବ୍ୟାସନଗର: ଯାଜପୁର ରୋଡ ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱଶ୍ରମିକ ଦିବସ ପାଳନ ଅଧକ୍ଷ ଜିଲା ଅତିରିକ୍ତ ଦୌରାଜଜ ହୃଷିକେଶ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ କଳିଙ୍ଗନଗର ଶିଳ୍ପାଞ୍ଚଳ ଶ୍ରମିକ ମାନଙ୍କୁ ନେଇ ସଚେତନତା ଶିବିର ଅନୁଷ୍ଟିତ ହୋଇଥିଲା । ବିଚାରପତି ଶ୍ରୀ ଆଚାର୍ଯ୍ୟ ଶ୍ରମିକ ମାନଙ୍କ ପାଇଁ ଉଦିଷ୍ଟ ସାମାଜିକ ସୁରକ୍ଷା, ଶ୍ରମବିବାଦୀୟ ଆଇନ, ସର୍ବନିମ୍ନ ମଜୁରୀ ଆଇନ, ସ୍ୱାସ୍ଥ୍ୟସୁରକ୍ଷା ବିନାକାରଣରେ ଛଟେଇ ନକରିବା ବିଶେଷ କରି ଅଣସଂଗଠିତ ଶ୍ରମିକଓ କର୍ମଚାରୀ ମାନଙ୍କ ପାଇଁ ମାନ୍ୟବର ସୁପ୍ରିମକୋର୍ଟଙ୍କ ଦ୍ୱାରା ଉଦିଷ୍ଟ ଧାରା ଓ ଅଧିକାର ଉପରେ ବିସ୍ତୃତଭାବେ ବର୍ଣନା କରିଥିଲେ । ଶ୍ରମିକମାନେ ନିଜ ପିଲାଙ୍କ ଭବିଷ୍ୟତକୁ ଗଢିବାକୁ ହେଲେ ନିଶା ଓ ଯୁଆଖେଳ ଠାରୁ ଦୁରେଇ ରହିବାକୁ ବିଚାରପତି ଶ୍ରୀ ଆଚାର୍ଯ୍ୟ ପରାମର୍ଶ ଦେଇଥିଲେ । କର୍ମଶାଳାରେ ଜେଏମଏଫ୍ସି. ସ୍ମିତାଶ୍ରୀବାଣୀ କଲ୍ୟାଣୀ ମିଶ୍ର ଓ ଶ୍ରମିକ ନେତା ବିଦ୍ୟାଧର ମହାନ୍ତି, ବରିଷ୍ଟ ଆଇନଜୀବୀ ନାରାୟଣ ପ୍ରସାଦ ପତି, ନିହାର ରଞ୍ଜନ ଗୋସ୍ୱାମୀ, ରାମଚନ୍ଦ୍ର ପହି ପ୍ରମୁଖ ନିର୍ମାଣ ଶ୍ରମିକଆଇନ, ଅଣସଂଗଠିତ ଶ୍ରମିକ ଆଇନ ଉପରେ ଆଲୋକ ପାତ କରିଥିଲେ । କର୍ମଶାଳାକୁ ରାଜେଶ କୁମାର ରାଉତ, ମହିନ୍ଦ୍ର କୁମାର ମହାପାତ୍ର ପରୀକ୍ଷିତ ମଳିକ, ବିଦ୍ୟାଧର ଯେନା ପ୍ରମୁଖ ପରିଚାଳନା କରିଥିଲେ । ସେହିପରି ସିଆଇଟିୟୁ ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଜିଲା ସଭାପତି ପ୍ରଫୁଲ୍ଲ ନାୟକଙ୍କ ସଂଚାଳନରେ ପାଳିତ ଦିବସରେ ଲାଳମଣି ମୁଣ୍ଡା, ସନ୍ତୋଷ ବରାଳ, ତ୍ରିଲୋଚନ ରାଉତ, ପ୍ରଣବ ଯି, ଫନି କିସ୍କୁ, ମାଳତୀ ହାଁସଦା, ବେବିନା ଯେନା, ସମର ମୁଖୀ, ଡାଲି ନାୟକ, କୁଲୁ ଦାସ, ସନ୍ତୋଷ କୁମାର ପୃଷ୍ଟି, ଦିଲ୍ଲୀପ ଦାସ, ପ୍ରମିଳା ନାୟକ, ଓ ସୀତା ସୋରେନ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ଉପସ୍ଥାପନ କରିଥିଲେ ।ସଭାପତି ଶ୍ରୀ ନାୟକ ନିଜ ବକ୍ତବ୍ୟରେ ସର୍ବନିମ୍ନ ମଜୁରୀ ୨୬ହଜାର ଟଙ୍କା, ସମସ୍ତ ସ୍କିମ ୱାର୍କାରଙ୍କୁ ସ୍ଥାୟୀ କରିବା,ଠିକା କର୍ମଚାରୀଙ୍କୁ ସ୍ଥାୟୀ କରିବା,କଳିଙ୍ଗନଗର ଶିଳ୍ପାଞ୍ଚଳରେ ବେକାରଙ୍କୁ ନିଯୁକ୍ତି ଦେବା,୪୪ଗୋଟି ଶ୍ରମ ଆଇନକୁ ସଂଶୋଧନ କରି ୪ଗୋଟି କୋର୍ଡକୁ ବାତିଲ କରିବାକୁ ଦାବି କରିଥିଲେ ।
ବ୍ରହ୍ମବରଦା:ବ୍ରହ୍ମବରଦା ଆଞ୍ଚଳିକ ବିଡି ଶ୍ରମିକ ସଂଘ ପରିସରରେ ଜିଲା ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ପ୍ରାଧିକରଣ ସଚିବ ଜ୍ୟୋତିର୍ମୟୀ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଦିବସରେ ଅତିଥିଭାବେ ଜିଲା ଏଏଲ୍ଓ ସୁନନ୍ଦା ବିଶ୍ୱାଳ ଶ୍ରମିକ ସୁରକ୍ଷା ଓ ଅଧିକାର, ସର୍ବନିମ୍ନ ମଜୁରୀ ପ୍ରଦାନ ଆଇନ୍, ଉଭୟ ପୁରୁଷ ଓ ମହିଳା ମାନଙ୍କୁ ସମାନ କାର୍ଯ୍ୟ ପାଇଁ ସମାନ ମଜୁରୀ, ବୋନସ, ଶିଶୁ ଓ କିଶୋର ଶ୍ରମିକ ମାନଙ୍କ ପାଇଁ ସରକାରଙ୍କ ତରଫରୁ ଉଦ୍ଦିଷ୍ଟ ଥିବା ବିଭିନ୍ନ ଆଇନ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ଜିଲା ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପାରସ ପାଢୀ, ଜିଲା ବିଚାର ବିଭାଗୀୟ ପ୍ରଥମ ଶ୍ରେଣି ବିଚାରପତି ସୁନାରାମ ମାଝୀ, ରସୁଲପୁର ବ୍ଲକ ସହକାରୀ ଯନ୍ତ୍ରୀ ସୋନାଲି ଧଳ, ଜିଲା ଆଇନ ସେବା ପ୍ରାଧୀକରଣ ଓ ଶିଶୁ ମଙ୍ଗଳ କମିଟି ସଦସ୍ୟ ରୁଦ୍ର ନାରାୟଣ ପୃଷ୍ଟି, ବ୍ରହ୍ମବରଦା ଥାନାଧିକାରୀ ଦେବାଶିଷ ସତପଥୀ, ବ୍ରହ୍ମବରଦା ସରପଞ୍ଚ ମମତା ଶୁଭ ଦର୍ଶିନୀ ଦେଓ ଆଦି ଉପସ୍ଥିତ ରହି ଚଳିତ ବର୍ଷର କଥା ବସ୍ତୁ ପାଣିପାଗ ପରିବର୍ତନ ଦ୍ୱାରା ଶ୍ରମିକ ମାନଙ୍କ କାର୍ଯ୍ୟାସ୍ଥଳୀରେ ନିରାପତା ଓ ସ୍ୱାସ୍ଥ୍ୟ ଅନୁକୂଳ ପରିବେଶ ନିର୍ମାଣ ସମ୍ୱନ୍ଧୀୟ ଆଲୋଚନା କରାଯାଇଥିଲା । ସଚେତନତା କାର୍ଯ୍ୟକ୍ରମରେ ରାଜ୍ୟ ହିନ୍ଦ ମଜଦୁର ସଂଘର ସମ୍ପାଦକ ପ୍ରଦୀପ କୁମାର ଦାସ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଉପସଭାପତି ନିରଞ୍ଜନ ଜେନା, ଯୁଗ୍ମ ସମ୍ପାଦକ ଗୌତମ ସାମଲ ଓ ସୁରେନ୍ଦ୍ର ଦାସ, ସାଧାରଣ ସମ୍ପାଦକ ଧନେଶ୍ୱର ସାହୁ, କୋଷାଧକ୍ଷ ସେକ୍ ଜୁହୁର ମହମ୍ମଦଙ୍କ ସମେତ ଆଞ୍ଚଳିକ ବିଡି ଶ୍ରମିକ ସଂଘ ଅଧୀନରେ ଥିବା ଶତାଧିକା ଶ୍ରମିକ ଯୋଗଦାନ କରିଥିଲେ ।
ଆନନ୍ଦପୁର:ପ୍ରେସ ପରିଷଦ ପକ୍ଷରୁ ଆନନ୍ଦ ଭବନ ପରିସରରେ ବିଶ୍ୱ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ସଭାପତି ନିରାକାର ଦଳେଇଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଆନନ୍ଦପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ୍ୟ ରମାକାନ୍ତ ନାୟକ, କୁଶଳେଶ୍ୱର ଆଞ୍ଚଳିକ ମହାବିଦ୍ୟାଳୟର ଅଧ୍ୟାପକ ବିଜୟ କୁମାର ସାହୁ, ବରିଷ୍ଠ ସାମ୍ବାଦିକ ଲୋକନାଥ ସିଂ ଅତିଥି ଭାବେ ଯୋଗ ଦେଇଥିଲେ । ପରିଷଦର ସଦସ୍ୟ ଇଂ କିରନ ପାଢ଼ୀଙ୍କ ମଞ୍ଚପରିଚାଳନାରେ ପରିଷଦ ସମ୍ପାଦକ ହରେକୃଷ୍ଣ ପାତ୍ର, ବବିତା ଶତପଥୀ, ସତ୍ୟ ଦାସ, ମମତା ରାଣୀ ଯେନା ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ ।ଉପସଭାପତି ରତିକାନ୍ତ ସାହୁ, ଶ୍ରୀନିବାସ ମିଶ୍ର, ଭରତ ବେହେରା,ଗଣେଶ୍ୱର ମହାନ୍ତି, ସତ୍ୟ ଦାସ, ମମତା ରାଣୀ ଯେନା, ରଞ୍ଜିତ ରଣା, ସୋମନାଥ ମିଶ୍ର, ଆଇନ ପରାମର୍ସ ଦାତା ସୁଦାମ ଚରଣ ମଙ୍ଗଳ, ବରିଷ୍ଠ ବିଜେଡି ନେତା ସୁଶୀଲ ହୋତା, ସମାଜସେବୀ ପ୍ରଣତୀ ନାଏକ, ସୈନିକ ସଂଘ ପକ୍ଷରୁ ମୁରଲୀଧର ମିଶ୍ର, କ୍ରୀଡ଼ାବିତ ରମେସ ସିଂଙ୍କ ସମେତ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।