ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ
ଦାନଗଦୀ: ଶିକ୍ଷା ମଣ୍ଡଳ ଦାନଗଦୀ ଅନ୍ତର୍ଭୁକ୍ତ କେନ୍ଦୁଢିପ ପ୍ରାଥମିକ ଓ କେଏନ୍ବି ଉପ୍ରା ବିଦ୍ୟାଳୟର ମିଳିତ ସହଯୋଗରେ ଆମ ସଂସ୍କୃତି ଓ ଆମ ଖେଳନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉଭୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଓଡ଼ିଶା ସଂସ୍କୃତିକୁ ନେଇ ଅନେକ ଖେଳନା ନିଜ ହାତରେ ତିଆରି କରି ପ୍ରଦର୍ଶନ କରିଥିଲେ । ଓଡ଼ିଶା ସଂସ୍କୃତିକୁ ଉଜ୍ଜୀବିତ ରଖିବା ପାଇଁ ଓଡ଼ିଶା ସରକାରଙ୍କ ଏହା ଏକ ନିଆରା ପ୍ରୟାସ ।ଦାନଗଦୀ ଶିକ୍ଷା ମଣ୍ଡଳ ଅଧୀନରେ ଅନେକ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଧାରାବାହିକ ଭାବରେ ଚାଲୁରହିଛି । ଏହି କ୍ରମରେ କେନ୍ଦୁଢିପ କେ ଏନ୍ ବି ଉପ୍ରା ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସହ ମଣ୍ଡଳ ଅଧିକାରୀ ଦାନଗଦୀ ଜୟୀରାମ ମଲ୍ଲିକ, ଆଞ୍ଚଳିକ ସାଧନା କେନ୍ଦ୍ର ସଂଯୋଜକ ମାନତୀରା କ୍ଲଷ୍ଟର ଯୋଗ ଦେଇଥିଲେ । ତାଙ୍କ ସହିତ ମୁଖ୍ୟବକ୍ତା ଭାବେ ପୂର୍ବତନ ଶିକ୍ଷାବିତ୍ ବଳରାମ ଆଏଚ ଯୋଗଦେଇ ତାଙ୍କର ଅଭିଭାଷଣ ରଖିଥିଲେ । ଉଭୟ ବିଦ୍ୟାଳୟର ଶିକ୍ଷକ ମନୋଜ କୁମାର ପୃଷ୍ଟି, ଶୀତଳ କୁମାର ଶା, ପୁଷ୍ପାଞ୍ଜଳି ବେହେରା, ହୀରାବତି ସାହୁ ଓ ଶ୍ରୀଧର କୁମାର ଶତପଥୀ ଯୋଗଦେଇଥିଲେ । ଏହା ବ୍ୟତୀତ ବିଦ୍ୟାଳୟର ସଭାପତି ଅର୍ଜୁନ କୁମାର ପରିଡ଼ା, ସାମ୍ବାଦିକ ସୁବାସ ଚନ୍ଦ୍ର ବାରିକ ଓ ସାମ୍ବାଦିକ ଦିଲ୍ଲୀପ କୁମାର ପରିଡ଼ା ଯୋଗ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିର୍ମଳ ଚନ୍ଦ୍ର ବେହେରା ମଞ୍ଚ ପରିଚାଳନା କରିଥିଲେ । ଆମ ସଂସ୍କୃତି ଓ ଆମ ଖେଳନା କାର୍ଯ୍ୟକ୍ରମରେ ଭାଗନେଇ ଥିବା କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।