ମେଗା ରକ୍ତଦାନ ଶିବିର

ଜୟପୁର :ସ୍ଥାନୀୟ ଜିଲ୍ଲା ଶିକ୍ଷ୍ୟା ଓ ଶିକ୍ଷକ ପ୍ରଶିକ୍ଷଣ ସଂସ୍ଥାନ ଡିଆଇଇଟି ର  ଅଡିଟୋରିଅମରେ ଏକ ସ୍ୱଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଉକ୍ତ ଶିବିରକୁ ଡିଆଇଇଟି ମହାବିଦ୍ୟାଳୟର ଅଧକ୍ଷ ରୁପଚନ୍ଦ୍ର ସୋରେନ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ରିବନ କାଟି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ୱାଇଆରସିର କାଉନସିଲର ବରିଷ୍ଠ ଶିକ୍ଷୟତ୍ରୀ ସୁଭସ୍ମିତା ଦାସ ଏହି ଶିବିର ପରିଚାଳନା କରିଥିଲେ । ଓଡିଶା ବ୍ଲଡ଼୍ ସେଣ୍ଟର ଶହିଦ ଲକ୍ଷ୍ମଣ ନାୟକ ଭେଷଜମହାବିଦ୍ୟାଳୟ ଓ ହସପିଟାଲର ବ୍ଲଡ଼ ସେଣ୍ଟର ଅଧିକାରୀ ଡ଼. ମଧୁସୂଦନ ବଳିଆର୍ସିଂ ଓ ତାଙ୍କ ଦଳ ଭି ଗଙ୍ଗାଧର, ରବୀନ୍ଦ୍ର ୫୧ ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ । ସୁଭସ୍ମିତା ଦାସ ଓ ବ୍ରହ୍ମା ଦେବ୍ ଟୁଡୁଙ୍କ ସମେତ ଡିଆଇଇଟିର ସମସ୍ତ ଶିକ୍ଷକ  ଓ ରକ୍ତଦାତା ମହାସଂଘର ପ୍ରମୋଦ ରାଉଳ ଏବଂ ନିରଞ୍ଜନ ପାଣିଗ୍ରାହୀ ଶିବିର ପରିଚାଳନା  କରିଥିଲେ । ଉକ୍ତ ଶିବିରରୁ ସର୍ବମୋଟ ୫୧ ୟୁନିଟ୍ ରକ୍ତ ସଂଗ୍ରହ କରଯାଇଥିଲା ସେ ମଧ୍ୟରୁ ୪୧ଜଣ ପ୍ରଥମଥର ପାଇଁ ଆଜି ରକ୍ତଦାନ କରିଥଲେ । ଉକ୍ତ ଶିବିର ନିମନ୍ତେ ଗତକାଲି ଆୟୋଜିତ ଏକ ସଚେତନତା କାର୍ଯ୍ୟକ୍ରମରେ ଓଡ଼ିଶା ରକ୍ତଦାତା ମହାସଂଘ ପକ୍ଷରୁ ନିରଞ୍ଜନ ପାଣିଗ୍ରାହୀ ଓ ପ୍ରମୋଦ କୁମାର ରାଉଳ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସାଂପ୍ରତିକ ପରିସ୍ଥିତିରେ କିପରି ବହୁ ସଂଖ୍ୟାରେ  ସଡ଼କ  ଦୁର୍ଘଟଣା ଜନିତ ଆପତ କାଳୀନ ପରିସ୍ଥିତି ରେ ରକ୍ତ ଅଭାବ ଯୋଗୁଁ କିପରି ବହୁ ଅମୂଲ୍ୟ ଜୀବନ ଚାଳିଯାଇଥାଏ ତଥା ସିକିଲ ସେଲ, ଥାଲାସେମିଆ, ଗର୍ଭବତୀ ମହିଳା ଓ କ୍ୟାନସର ରୋଗୀଙ୍କ ନିମନ୍ତେ ରକ୍ତଦାନ ପାଇଁ ପ୍ରବର୍ତ୍ତାଇଥିଲେ । ଏଥିରେ ସମସ୍ତ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।ଫେଡେରେସନ ଅଫ ବ୍ଲଡ଼ ଡୋନର ଅର୍ଗାନାଇଯେସନ୍ ଅଫ ଓଡ଼ିଶା ତରଫରୁ ଆବଶ୍ୟକୀୟ ସହାୟତା ପ୍ରଦାନ କରଯାଇଥିଲା ।