ସଡକ ଦୁର୍ଘଟଣାରେ ଦୁଇ ମୃତ, ଜଣେ ଗୁରୁତର
Mayurbhanj News
ରାଇରଙ୍ଗପୁର : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଥାନା ଅନ୍ତର୍ଗତ ଦୁବୁଲାବେଡା ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତୁ୍ୟ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ପ୍ରକାଶ ଯେ, ସ୍ଥାନୀୟ ଦୁବୁଲାବେଡା ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଦୁଇଟି ବାଇକ୍ ମୁହଁମୁଁହି ଧକ୍କା ହେବା ଫଳରେ ଘଟଣାସ୍ଥଳରେ ମହୁଲଡିହା ଅଞ୍ଚଳର ଗୁଲୁରାମ ହାଁସଦା ଏବଂ ମୃତୁ୍ୟଞ୍ଜୟ ଡାଙ୍ଗୁଆଙ୍କ ଘଟଣାସ୍ଥଳରେ ମୃତୁ୍ୟ ହୋଇଥିବାବେଳେ ଅନ୍ୟ ଦୁଇ ଜଣଙ୍କ ମଧ୍ୟରୁ ରେଞ୍ଜର ବନବିହାରୀ ସରଦାରଙ୍କ ପୁଅ ଅଧିକ ଗୁରୁତର ଥିବାରୁ ତୁରନ୍ତ କଟକ ସ୍ଥାନାନ୍ତରିତ କରାଯାଇଥିଲା । ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ୍ ଦୁଇଟି ଜବତ କରିବା ସହ ତଦନ୍ତ ଜାରି ରଖିଛନ୍ତି ।