୨୦ରେ ମୋଦିଙ୍କ ରୋଡ଼ଶୋ’

Narendra Modi

୨୦ରେ ମୋଦିଙ୍କ ରୋଡ଼ଶୋ’

ଭୁବନେଶ୍ୱର : ଆସନ୍ତା ୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଓଡ଼ିଶାଗସ୍ତରେ ଆସିବେ  । ପୁରୀରେ ସେ ରୋଡ଼ ଶୋ’ କରିବା ସହ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ପାଇଁ ଭୋଟଭିକ୍ଷା କରିବେ  । ଏନେଇ ରାଜ୍ୟ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି  । କଟକ ଓ ଅନୁଗୁଳରେ ସେ ଜନସଭାକୁ ସମ୍ବୋଧିତ କରିବାର ବି କାର୍ଯ୍ୟକ୍ରମ ରହିଛି  । ଅର୍ଥାତ ଏହି ଗସ୍ତକାଳରେ ମୋଦି କଟକ ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଓ ଢେଙ୍କାନାଳ ଲୋକସଭା ପ୍ରାର୍ଥୀ ରୁଦ୍ର ନାରାୟଣ ପାଣିଙ୍କ ପାଇଁ ପ୍ରଚାର କରିବେ  । ଏହାକୁ ନେଇ ବିଜେପି ଶିବିର ଉତ୍ସାହିତ ହୋଇଯାଇଛି  । ଏପରିକି ପୁରୀ ବ୍ୟତୀତ ଆଉ କେତେକ ସ୍ଥାନରେ ବି ଛୋଟ ରୋଡ଼ଶୋ’ ଆୟୋଜନ କରାଯାଇପାରେ ବୋଲି ମଧ୍ୟ ସୂଚନା ମିଳିଛି  ।