ଟ୍ରେନ ଧକ୍କାରେ ଦୁଇ ମୃତ
ବ୍ୟାସନଗର: ଟ୍ରେନ ଧକ୍କାରେ ଦୁଇଜଣଙ୍କ ମୃତୁ୍ୟ ଘଟିଛି । ମୃତକ ଦୁଇଜଣଙ୍କ ପରିଚୟ ମିଳିପାରିନି । ତେବେ ଜଣେ ଦ୍ରୁତଗାମି ଯାତ୍ରୀବାହୀ ଟ୍ରେନ ଏବଂ ଅନ୍ୟଜଣେ ମାଲବାହୀ ଟ୍ରେନ ଧକ୍କାରେ ମୃତୁ୍ୟ ଘଟିିଥିବା ଯାଜପୁର ରୋଡ଼ ଜିଆରପି ପକ୍ଷରୁ ସୂଚନା ଦିଆଯାଇଛି । ମିଳିଥିବା ଖବର ମତେ ଆଜି ସକାଳୁ ଯାଜପୁର ରୋଡ଼ ରେଳ ଷ୍ଟେସନ ରେଳଧାରଣାରୁ ଜିଆରପି ଜଣକୁ ମୃତକ ଅବସ୍ଥାରେ ଉଦ୍ଧାର କରିଥିଲା । ମୃତକର ପରିଚୟ ମିଳିପାରିନଥିବା ବେଳେ ସେ କୌଣସି ଦ୍ରୁତଗାମି ଟ୍ରେନରୁ ଗଳିପଡ଼ିଥିବା ଆଶଙ୍କା କରାଯାଉଛି । ଜିଆରପି ଶବକୁ ଜବଦ କରି ବ୍ୟବଚ୍ଛେଦ ନିମନ୍ତେ ମେଡ଼ିକାଲ ପଠାଇବା ସହ ପରିଚୟ ହାସଲ ପାଇଁ ସଂରକ୍ଷିତ ରଖାଯାଇଛି । ସେହିପରି ଯଖପୁରା-ବାଂଶପାଣି ରେଳପଥର ତେଲିବାହାଳି ରେଳଧାରଣାରେ ଜଣକ ମୃତୁ୍ୟ ଘଟିଛି । ମୃତକର ପରିଚୟ ମିଳିପାରିନଥିବା ବେଳେ ଆଦିବାସୀ ସଂପ୍ରଦାୟର ହୋଇଥିବା ଅନୁମାନ କରାଯାଉଛି । ଜିଆରପି ପକ୍ଷରୁ କୁହାଯାଇଛି, କି ଉକ୍ତ ରେଳପଥରେ ମାଲବାହୀ ଟ୍ରେନ ଯାଉଥିବା ବେଳେ ମୃତକ ଯୁବକକୁ ଧକ୍କା ଦେଇଥିବାରୁ ମୃତୁ୍ୟ ଘଟିଛି । ଶବକୁ ଜବଦ କରିବା ସହ ଜିଆରପି ପରିଚୟ ପାଇଁ ସଂରକ୍ଷିତ ରଖାଯାଇଥିବା କୁହାଯାଇଛି ।