ଗଜଲକ୍ଷ୍ମୀ ପୂଜା ପାଇଁ ୨୫୦ରୁ ଊଦ୍ଧ୍ୱର୍ ଷ୍ଟଲ୍ , ଅକ୍ଟୋବର ୧୬ରୁ ୨୪ ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା
ାା ପ୍ରଭାନୁ୍ୟଜ୍ ।ା ଢେଙ୍କାନାଳ: ପ୍ରସିଦ୍ଧ ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ଅବସରରେ ସହର ଉପକଣ୍ଠ ମହିଷାପାଟ ପଲ୍ଲିଶ୍ରୀ ମେଳା ପଡିଆ ଠାରେ ଆସନ୍ତା ଅକ୍ଟୋବର ମାସ ୧୬ ରୁ ୨୪ ତାରିଖ ପର୍ଯ୍ୟନ୍ତ ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ଆୟୋଜିତ ହେବ । ଏହି ଉପଲକ୍ଷେ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ବୈଠକରେ ଅଧ୍ୟକ୍ଷତା କରି ମେଳାକୁ ସରସ ସୁନ୍ଦର କରି ଆୟୋଜନ କରିବାକୁ ସମସ୍ତଙ୍କର ସହଯୋଗ କାମନା ସହିତ ସ୍ୱଚ୍ଛତା ରକ୍ଷା ଦିଗରେ ଅଧିକ ଧ୍ୟାନ ଦେବାକୁ କହିଛନ୍ତି । ଆରକ୍ଷୀ ଅଧୀକ୍ଷକ ମଡକର ସନ୍ଦୀପ ସମ୍ପଦ ମେଳା ଆୟୋଜନ ସମୟରେ ଯେପରି ଅଗ୍ନିକାଣ୍ଡ ପରିସ୍ଥିତ ନ ହୁଏ ସେଥିପ୍ରତି ବିଶେଷ ଯନôବାନ ହେବାକୁ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ ଓରମାସର ଡେପୁଟି ସି.ଇ.ଓ. ଅଶ୍ୱିନୀ ପରିଡା ପଲ୍ଲିଶ୍ରୀ ମେଳା ଆୟୋଜନ ସମ୍ପର୍କରେ ଅବଗତ କରାଇଥିଲେ । ମେଳାରେ ବିଭିନ୍ନ ବିଭାଗ ଓ ଢେଙ୍କାନାଳ ସମେତ ଅନ୍ୟ ସମସ୍ତ ଜିଲ୍ଲାର ମିଶନ ଶକ୍ତି ଓ ରାଜ୍ୟ ବାହାରର ବିଭିନ୍ନ ବାଣିଜ୍ୟ ସଂସ୍ଥା ପାଇଁ ୨୫୦ ଗୋଟି ଷ୍ଟଲ ଖୋଲାଯାଇ ବିଭିନ୍ନ ସାମଗ୍ରୀ ପ୍ରଦର୍ଶନ ଓ ବିକ୍ରୟର ବ୍ୟବସ୍ଥା କରାଯିବ । ଏହି ବୈଠକରେ, ଅଂଶ ଗ୍ରହଣ କରିବାକୁ ଥିବା ବ୍ୟବସାୟୀ, କଳାକାର ଏବଂ ଅତିଥିମାନଙ୍କ ରହଣି ବ୍ୟବସ୍ଥା, ନିରବଛିନ୍ନ ବିଦୁ୍ୟତ ଯୋଗାଣ, ନିୟମିତ ସଫେଇ, ପାନୀୟ ଜଳ ଯୋଗାଣ, ଆଇନ ଶୃଙ୍ଖଳା ରକ୍ଷା, ଯାନବାହାନ ନିୟନ୍ତ୍ରଣ ବ୍ୟବସ୍ଥା, ଗାଡି ପାର୍କି, ଅଗ୍ନି ନିର୍ବାପକ ବ୍ୟବସ୍ଥା, ଆଶୁ ଚିକିସôା ଓ ଆମ୍ବୁଲାନ୍ସ ବ୍ୟବସ୍ଥା, ଉତ୍ପାଦକଙ୍କ ସାମଗ୍ରୀ ବୀମାକରଣ, ଏଟିଏମ ବ୍ୟବସ୍ଥା, ସିସି ଟିଭି କ୍ୟାମେରା ବ୍ୟବସ୍ଥା, ବୃଦ୍ଧ- ବୃଦ୍ଧାମାନଙ୍କ ପାଇଁ ହୁଇଲ ଚେୟାର ବ୍ୟବସ୍ଥା, ପ୍ରଚାର-ପ୍ରସାର ଏବଂ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା । ବିଭିନ୍ନ କମିଟି ଗଠନ କରାଯାଇ ପଲ୍ଲିଶ୍ରୀ ମେଳାର ଆୟୋଜନ ଏବଂ ସୁପରିଚନା କରାଯିବାକୁ ବୈଠକ ସ୍ଥିର କରାଯାଇଥିଲା । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠି (ସାଧାରଣ), ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ ଏବଂ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ ।