‘ଫେମ୍ ଫିଏସ୍ଟା ୨.୦’କାର୍ଯ୍ୟକ୍ରମ
ଭଦ୍ରକ : ପ୍ରଥମ ଫେମ୍ ଫିଏସ୍ଟା କାର୍ଯ୍ୟକ୍ରମର ସଫଳତା ପରେ, ଏହି ବର୍ଷ ମଧ୍ୟ ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଟିପିଏନ୍ଓଡିଏଲ ଭଦ୍ରକ ସର୍କଲ୍ ଦ୍ୱାରା ‘ଫେମ୍ ଫିଏସ୍ଟା ୨.୦’ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ୨ ମାର୍ଚ୍ଚ ୨୦୨୫ରେ ଜିଲ୍ଲା ସଂସ୍କୃତି ଭବନ, ଭଦ୍ରକରେ ଅନୁଷ୍ଠିତ ହୋଇଛି । ଯେଉଁଥିରେ ୧୫୦ରୁ ଅଧିକ କାର୍ଯ୍ୟରତ ମହିଳାମାନେ ଅଂଶଗ୍ରହଣ କରିଥିଲେ । ବିବିଧତା, ଅନ୍ତର୍ଭୂକ୍ତିକରଣ ଏବଂ ଗ୍ରାହକ ସନ୍ତୁଷ୍ଟି ପ୍ରତି ଟି.ପି.ଏନ୍.ଓ.ଡି.ଏଲ. ର ଅଂଗୀକାର ସମ୍ପୃକ୍ତ ‘ଫେମ୍ ଫିଏସ୍ଟା ୨.୦’ ଆକ୍ସିଲେରେଟ୍ ଆକ୍ସନ୍ ଥିମ୍ ଉପରେ ଆଧାରିତ ଥିଲା । ଏହି କାର୍ଯ୍ୟକ୍ରମର ମୂଳ ଉଦେ୍ଦଶ୍ୟ ହେଉଛି ନୂତନତ୍ୱ ଏବଂ ପ୍ରାୟୋଗିକତାକୁ ଆଗେଇ ନେଇ ଏକ ସକ୍ରିୟ ପଦକ୍ଷେପ ଗ୍ରହଣ କରିବା । ଯେଉଁଥିରେ ଗ୍ରାହକ ସଂଲଗ୍ନତା ଏବଂ ମହିଳାମାନଙ୍କ ସଶକ୍ତିକରଣ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ଏହି କାର୍ଯ୍ୟକ୍ରମର ମୁଖ୍ୟଅତିଥି ଭାବେ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏ ଯୋଗଦେଇଥିଲେ । ଏହି ଅବସରରେ ଶ୍ରୀକାନ୍ତ ପାଢ଼ି, ଅଧିକ୍ଷଣ ଯନ୍ତ୍ରୀ ଭଦ୍ରକ, ସୌମ୍ୟ ରଞ୍ଜନ ନାୟକ, ଏକ୍ଜିକୁ୍ୟଟିଭ୍ ଇଂଜିନିୟର, ମନସ୍ୱିନୀ ସ୍ୱାଇଁ, ଏବଂ ଟିପିଏନଓଡିଏଲର ଗ୍ରାହକ ସେବା ୱିଂ ର ଅନ୍ୟାନ୍ୟ ଅଧିକାରୀ ଅଂଶଗ୍ରହଣ କରିଥିଲେ ।