ଭଦ୍ରକ ସ୍ୱୟଂଶାସିତ କଲେଜର ସ୍ନାତକ ଫଳ ପ୍ରକାଶ
ଭଦ୍ରକ: ଭଦ୍ରକ ସ୍ୱୟଂଶାସିତ କଲେଜର ସ୍ନାତକ ବାର୍ଷିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ସ୍ନାତକରେ ୧୦୧୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ଥିଲା ବେଳେ, ୭୮୬ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଚଳିତ ବର୍ଷ ପାସ ହାର ୭୭.୪% ହୋଇଛି । କଳା ବିଭାଗ ରେ ୮୭.୪%, ବାଣିଜ୍ୟ ବିଭାଗ ରେ ୬୫.୫% , ବିଜ୍ଞାନ ବିଭାଗ ରେ ୭୨.୭% ଏବଂ ସେଲ୍ଫ ଫାଇନାନ୍ସ ବିଭାଗରେ ୮୧.୧% ପାସ ହାର ହୋଇଛି । କଳା ବିଭାଗରେ ଗୃହ ବିଜ୍ଞାନ ଛାତ୍ରୀ ଶୁଭଲକ୍ଷ୍ମୀ ବେହେରା ୮୭.୭%, ବିଜ୍ଞାନ ବିଭାଗରେ ରସାୟନ ବିଭାଗର ଛାତ୍ରୀ ସୁଶ୍ରୀ ଦେବୀଦତ୍ତା ଦିବ୍ୟଜ୍ୟୋତି ୮୯.୧୩%, ବାଣିଜ୍ୟ ବିଭାଗରେ ଅନୁଶ୍ରୀ ଗୁପ୍ତା ୮୮.୪୪% ଏବଂ ସେଲ୍ଫ ଫାଇନାନ୍ସ ବିଭାଗରେ ବିସିଏ ବିଭାଗ ଛାତ୍ର ରୁଦ୍ରଦେବ ବେହେରା ୮୬.୧୮% ରଖି ଟପ୍ପର ହୋଇଛନ୍ତି । ଭଦ୍ରକ ସ୍ୱୟଂଶାସିତ କଲେଜରେ ଶ୍ରେଷ୍ଠ ସ୍ନାତକ ଭାବରେ ବିଜ୍ଞାନ ବିଭାଗ ରସାୟନ ବିଭାଗ ଛାତ୍ରୀ ସୁଶ୍ରୀ ଦେବୀଦତ୍ତା ଦିବ୍ୟଜ୍ୟୋତି ବିବେଚିତ ହୋଇଥିବା ଅଧ୍ୟକ୍ଷ ଡ. ଦୁର୍ଗା ଶଙ୍କର ଦାସ ସୂଚନା ଦେଇଛନ୍ତି । ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ମୃତୁ୍ୟଞ୍ଜୟ ଦାସ, ଉପ ପରୀକ୍ଷା ନିୟନ୍ତ୍ରକ ଡ. ଅଜିତ କୁମାର ଦାସ, ଡ. ପ୍ରତାପ ଚନ୍ଦ୍ର ସାହୁ, ଡ. ପଦ୍ମନାଭ ମହାନ୍ତି, ରସାୟନ ବିଭାଗ ମୁଖ୍ୟ ଡ଼ ପଦ୍ମନାଭ ପତ୍ରୀ, ଡ. ଲକ୍ଷ୍ମୀକାନ୍ତ ନାୟକ, ଡ. ସନ୍ତୋଷ ସେଠୀ, ଡ. କମଳା କାନ୍ତ ଜେନା, ସୁରେଶ ଚନ୍ଦ୍ର ରାଉତ, ମଦନ ମୋହନ ବିନ୍ଧାଣୀ, ସତ୍ୟଶିବ ସୁନ୍ଦର ସାମଲ ଓ ରାଜେନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।