ବାଇକ ଦୁର୍ଘଟଣାରେ ୨ ଗୁରୁତର 

 ବ୍ରହ୍ମବରଦା : ବରୁଆଁ-ବାଲିଚନ୍ଦ୍ରପୁର ମୁଖ୍ୟ ରାସ୍ତାର ବ୍ରହ୍ମବରଦା କଲେଜ ରୋଡ ଇଲେକ୍ଟ୍ରି ସବ ଷ୍ଟେସନ୍ ନିକଟ କଲଭର୍ଟରେ ଏକ ବାଇକ ଖସି ପଡି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଫଳରେ ବାଇକ ଆରୋହି ସମେତ ଅନ୍ୟଜଣେ ବଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ସ୍ତାନୀୟ ଲୋକେ ଓ ବ୍ରହ୍ମବରଦା ପୁଲିସ ପହଁଚି ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲୋ ଖବର ମତେ ବାଲିଚନ୍ଦ୍ରପୁର ଥାନା ଅଧିନ ପଲେଇ ବରଦା ଗ୍ରାମର ଦୁଇଜଣ ବ୍ରହ୍ମବରଦା କଲେଜ ରୋଡର ବ୍ରହ୍ମବରଦା ପଟୁ ପଲେଇ ବରଦା ଅଭିମୁଖେ ବାଇକ ଯୋଗେ ଯାଉଥିବା ସମୟରେ ଅସାବଧାନତା ବଶତଃ ଇଲେକ୍ଟ୍ରି ସବ ଷ୍ଟେସନ୍ ନିକଟରେ ଥିବା ଏକ ବାଡ଼ା ବିହୀନ କଲଭର୍ଟରେ ବାଇକ ସହ ଖସି ପଡିଥିଲେ । ଫଳରେ ବାଇକରେ ଯାଉଥିବା ଦୁଇଜଣ ଆହତ ହୋଇଥିଲେ । ଆହତଙ୍କୁ ପୁଲିସ ଉଦ୍ଧାର କରି ଚିକିତ୍ସା ନିମନ୍ତେ ମେଡିକାଲକୁ ପଠାଇଥିଲା । ଆହତଙ୍କ ପରିଚୟ ମିଳିପାରିନାହିଁ । ଅନ୍ୟପକ୍ଷରେ ଦେଖିବାକୁ ଗଲେ ପୂର୍ବରୁ ବହୁବାର ପାଣି କୋଇଲି ପୂର୍ତବିଭାଗ ଅଧୀନରେ ଥିବା ଉକ୍ତ ବାଡା ବିହୀନ ବା ନଣ୍ଡା କଲଭର୍ଟରେ ବାରମ୍ବାର କାର, ବାଇକ ଆଦି ଖସିପଡି ଦୁର୍ଘଟଣା ଘଟି ବହୁ ଧନଜୀବନ ହାନି ଘଟୁଥିଲେ ମଧ୍ୟ ସମ୍ପୃକ୍ତ ବିଭାଗ ଓ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଯାହାଦ୍ୱାରା ଅକାରଣରେ ଲୋକେ ହିନସ୍ତା ଭୋଗୁଛନ୍ତି । ତେଣୁ ତୁରନ୍ତ କଲଭର୍ଟର ବାଡା ଲଗାଇବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।