ଯୁବ ବିଜେଡିର ସାଙ୍ଗଠନିକ ବୈଠକ
କୁଆଖିଆ : ଜିଲ୍ଲା ଯୁବ ବିଜେଡି ଉପସଭାପତି ନିହାର ରାଞ୍ଜନ କଣ୍ଠ ଆବାହକତ୍ୱରେ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଛି । ରସୁଲପୁର ବ୍ଲକର ବଡ଼କଇଁଚି ପଂଚାୟତ ପାଂଚଗୋଛିଆ ଗ୍ରାମର ଆରାଧ୍ୟ ଦେବୀ ମା'ଜାଗୁଳେଇ ପୀଠରେ ଆୟୋଜିତ ବୈଠକରେ ଶ୍ରୀ କଣ୍ଠ ଲୋକ ମାନଙ୍କର ବିଭିନ୍ନ ପ୍ରକାର ସମସ୍ୟା ଏବଂ ସୁଖ, ଦୁଃଖରେ ଛିଡା ହୋଇ ସହଯୋଗର ହାତ ବଢ଼ାଇବାକୁ ପରାମର୍ଶ ଦେଇଥିଲେ । ତତସହିତ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଭବପ୍ରସାଦ ଦାସଙ୍କ ପରାମର୍ଶରେ ଆଗାମୀ ଦିନରେ ପଂଚାୟତରେ ଦଳକୁ ସୁ-ସଙ୍ଗଠିତ କରିବା ନେଇ ଯୁବକ ମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ବୈଠକ ପରେ ଯୁବକ ସାଙ୍ଗଠନିକ ଶପଥ କରିଥିଲେ ।
ରିଜର୍ଭ ବାଟାଲିୟନ ପରିସରରେ ଚାରାରୋପଣ
ାା ପ୍ରଭାନୁ୍ୟଜ ।ା ସୁକିନ୍ଦା,୧୮ା୭: ଥାର୍ଡ ଇଣ୍ଡିଆନ ରିଜର୍ଭ ବାଟାଲିୟନ ପରିସରରେ ଚାରା ରୋପଣ କରାଯାଇଛି । ସୁକିନ୍ଦା ବନ ବିଭାଗ ଓ ରିଜର୍ଭ ବାଟାଲିୟନର ମିଳିତ ସହଯୋଗରେ ବିଭିନ୍ନ ପ୍ରଜାତିର ଚାରା ରୋପଣ କରାଯାଇଛି । କାର୍ଯ୍ୟକ୍ରମରେ ଥାର୍ଡ୍ ବାଟାଲିୟନର ଦୂର୍ଗପତି ୟାକୁବ ଖାନ, ଉପ ଦୁର୍ଗପତି ସନ୍ତୋଷ ଦଣସେନା, ହେମନ୍ତ ଦାସ, ସହକାରୀ ଦୂର୍ଗପତୀ ବାଙ୍କନିଧି ନାୟକ, ନରେଶ ବେହେରା, ହରି ନାରାୟଣ ନାୟକ, ଭାସ୍କର ସାହୁ, ରଞ୍ଜନ କୁମାର ବାରିକ, ପ୍ରାଣକୃଷ୍ଣ ପରିଡ଼ା, ଗୁଣ ମହାନ୍ତ ଓ ବନ ବିଭାଗର ଡେପୁଟି ରେଞ୍ଜର ସୌମ୍ୟରଞ୍ଜନ ମାଝୀଙ୍କ ସମେତ ବହୁ ଯବାନ ଓ ବନ କର୍ମଚାରୀ ସାମିଲ ହୋଇ ଚାରା ରୋପଣ କରିଥିଲେ ।