ବାଇକ୍ ଧକ୍କାରେ ବାଳକ ଗୁରୁତର
ବୁଗୁଡା : ସ୍ଥାନୀୟ କଲେଜ ରୋଡର ଗ୍ଲାସ୍ ଫ୍ୟାକ୍ଟ୍ରି ସମ୍ମୁଖରେ ଏକ ବାଇକ ଧକ୍କାରେ ଜଣେ ବାଳକ ଆହତ ହୋଇ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର ହୋଇଥିବା ଜଣାପଡ଼ିଛି । ଆହତ ଜଣକ ହେଲେ ଆଦିତ୍ୟ ନାୟକ(୫) । ଘଟଣାରୁ ପ୍ରକାଶ ଯେ ମଙ୍ଗଳବାର ପୂର୍ବାହ୍ନରେ ସ୍ଥାନୀୟ ପିପୁଲ୍ସ କଲେଜର ଜନୈକ କର୍ମ·ରୀ ବାଇକ୍ ଯୋଗେ କଲେଜକୁ ଯାଉଥିଲେ । ଏହି ସମୟରେ ବାଳକ ଜଣକ ରାସ୍ତା ପାର ହେଉଥିଲା ବେଳେ ବାଇକ୍ ସହ ଧକ୍କା ହୋଇ ଆହତ ହୋଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ବୁଗୁଡା ମେଡିକାଲକୁ ଅଣାଯାଇଥିଲା । ଦୁର୍ଘଟଣାରେ ସେ ଖଣ୍ଡିଆ ଖାବରା ହୋଇଥିଲା ବେଳେ ମୁଣ୍ଡରେ ଆଘାତ ଲାଗିଥିଲା । ତେବେ ତାଙ୍କ ଡାହାଣ ହାତଟି ଭାଙ୍ଗି ଯାଇଥିଲା । ତାଙ୍କର ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥବା ଖବର ମିଳିଛି ।