ସାମ୍ବାଦିକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

 କେନ୍ଦୁଝର  : କେନ୍ଦୁଝର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ବିଭୁତି ଭୂଷଣ ପଟ୍ଟନାୟକଙ୍କର ପରଲୋକ ହୋଇଛି  । ୭୩ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଛି  । ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ କେନ୍ଦୁଝର ମୁଖ୍ୟଚିକିସôାଳୟକୁ ନିଆଯାଇଥିଲା ଡାକ୍ତର ତାଙ୍କୁ ଭୁବନେଶ୍ୱରକୁ  ସ୍ଥାନାନ୍ତର କରିବା ପାଇଁ ପରାମର୍ଶ ଦେବାର କିଛି ସମୟ ପରେ ତାଙ୍କୁ ପ୍ରାଣବାୟୁ ଉଡିଯାଇଥିଲା  । ସେ ୧୯୭୨ ମସିହାରେ ବିଭିନ୍ନ ଖବରକାଗଜ ଓ  ସମ୍ବାଦ ସରବରାହ ସଂସ୍ଥାରେ କାର୍ଯ୍ୟ କରି ଖବର ପ୍ରେରଣ କରିଆସୁଥିଲେ  । ଅନେକ ସମୟରେ ସମାଜର ଶୋଷିତ, ଅବହେଳିତ ଓ ସାଧାରଣ ଲୋକଙ୍କ ପାଇଁ କେବଳ କଲମ ଚାଳନା କରୁଥିଲେ ତାହା ନୁହେଁ, ବରଂ ସ୍ୱର ମଧ୍ୟ୍ୟ ଉତ୍ତୋଳନ କରୁଥିଲେ  । ସେ  ଜିଲ୍ଲା ପ୍ରେସ କ୍ଳବ, କେନ୍ଦୁଝରର ପ୍ରତିଷ୍ଠାତା ସଦସ୍ୟ ଥିବା ସହ ଏହାର ସଭାପତି ମଧ୍ୟ ରହିଥିଲେ  । ଏହି ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ  ପ୍ରକାଶ କରିଛନ୍ତି  । ସେ ନିଜ ଟ୍ୱିଟରେ ବିଭୁତି ଭୁଷଣ ପଟ୍ଟନାୟକଙ୍କ ଆକସ୍ମିକ ବିୟୋଗରେ ଦୁଃଖିତ ଓ ମର୍ମାହତ ବୋଲି ପ୍ରକାଶ କରିବା ସହିତ ଏହା ଏକ ଅପୂରଣୀୟ କ୍ଷତି ବୋଲି ପ୍ରକାଶ କରିଛନ୍ତି  । ଶୋକସନ୍ତପ୍ତ ପରିବାରକୁ ସେ ସମବେଦନା ଜଣାଇଛନ୍ତି  । ସେହିପରି ବିଜେଡି ଜିଲ୍ଲା ସଭାପତି ଆଶିଷ ଚକ୍ରବର୍ତ୍ତୀ, ଉପନଗରପାଳ ବରଦା ପ୍ରସନ୍ନ ଦାସ ତାଙ୍କୁ ଶେଷ ଦର୍ଶନ କରିଥିବାବେଳେ ସାଂସଦ ଅନନ୍ତ ନାୟକ,ବିଧାୟକ ବଦ୍ରିନାରାୟଣ ପାତ୍ର, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ,ଜୟଦେବ ଜେନା ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି  ।