ଲୋକ ଅଦାଲତ; ୪ କୋଟି ଆଦାୟ
ପୁରୀ : ଜିଲ୍ଳା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି ରାଷ୍ଟ୍ରୀୟ ଲୋକ ଅଦାଲତ । ପୁରୀ ଜିଲ୍ଳା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷତା ତଥା ଜିଲ୍ଲା ଓ ଦୌରାଜଜ୍ ଅଜନ୍ତା ଷଡ଼ଙ୍ଗୀଙ୍କ ଦ୍ୱାରା ଉଦ୍ଘାଟିତ ଏହି ଲୋକ ଅଦାଲତ ପରିଚାଳନା କରିଥିଲେ ପ୍ରାଧିକରଣର ସଚ୍ଚିବ ଅମିତ କୁମାର ବାରିକ । ଏହି ଲୋକ ଅଦାଲତରେ ୧୦୨୭୯ଟି ବିଭିନ୍ନ ମାମଲାର ଫଏସଲା କରାଯିବା ସଂଗେସଂଗେ ଜୋରିମାନା ଓ କ୍ଷତିପୂରଣ ବାବଦରେ ୪କୋଟି ୨୨ଲକ୍ଷ ୧୩ହଜାର ୧୭୭ଟଙ୍କା ଜରିମାନା ଆଦାୟ କରାଯାଇଛି । କ୍ଷତିପୂରଣ ମାମଲା ବିଚାର କରାଯାଇ ୩୩୬୯୬୦୦୦ ଟଙ୍କା ଆଦାୟ ହୋଇଥିôବା ବେଳେ ୧୨୨ଟି ପ୍ରାଙ୍କ ମୋକଦ୍ଦମା ମାମଲାର ଫଏସଲା କରାଯାଇ ବ୍ୟାଙ୍କ ଋଣ ବାବଦକୁ ୨୮୦୮୯୯୦ ଟଙ୍କା ଆଦାୟ କରାଯାଇଛି । ଏହି ଲୋକ ଅଦାଲତରେ ପରିବାର ଅଦାଲତ ବିଚାରପତି ସୁମିତା ଜେନା, ପ୍ରଥମ ଅତିରିକ୍ତ ଜିଲ୍ଳା ଓ ଦୌରାଜଜ୍ ସୈକତ ପାତ୍ର, ଦ୍ୱିତୀୟ ଅତିରିକ୍ତ ଜିଲ୍ଳା ଓ ଦୌରାଜଜ୍ ଚିନ୍ମୟ ମିଶ୍ର, ତୃତୀୟ ଅତିରିକ୍ତ ଜିଲ୍ଳା ଓ ଦୌରାଜଜ୍ ଚିନ୍ମୟ ଦେହୁରୀ, ମୁଖ୍ୟ ବିଚାରପତି ସୁଶାନ୍ତ କୁମାର ମିଶ୍ର, ବରିଷ୍ଠ ଦେୱାନୀ ବିଚାରପତି ଶୋଭେନ କାନୁନ୍ଗୋ, ଅତିରିକ୍ତ ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମତୀ ପ୍ରଜ୍ଞା ପଣ୍ଡା, ଦ୍ୱିତୀୟ ଅତିରିକ୍ତ ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମତୀ ସୋନାଲି ଅପରାଜିତା, ଦେୱାନ ବିଚାରପତି ସିଦ୍ଧାର୍ଥ ଶଙ୍କର ସେନାପତି, ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ପତିତପାବନ ପଣ୍ଡା, ଗ୍ରାମ୍ୟ ନ୍ୟାୟାଧିକାରୀ ନର୍ମଦା କର, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମଜେୀଷ୍ଟ୍ରେଟ୍ (କଗ୍-୧)ତନ୍ମୟ ରଂଜନ ଦାସ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ (କଗ୍-୧) ଶ୍ରୀମତୀ ଶ୍ରୁତକୀର୍ତ୍ତି ଆଚାର୍ଯ୍ୟ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶିଶିର କୁମାର ଭୋଇ, ଶିବାନୀ ମହାପାତ୍ର ମାମଲା ଗୁଡ଼ିକର ଫଏସଲା କରିଥିଲେ ।