ସ୍ୱାସ୍ଥ୍ୟକେନ୍ଦ୍ରର ବିକଳ ଚିତ୍ର, ପ୍ରସୂତି ଓ ନବଜାତ କଲବଲ

ଚିଲିକାରୁ ଭବାନୀଶଙ୍କର ନାୟକ : ବଦଳିଗଲା ସରକାର, ହେଲେ ବଦଳୁନି ସ୍ୱାସ୍ଥ୍ୟ ସେବାର ଚିତ୍ର । କେଉଁଠି ରୋଗୀ ମାନଙ୍କ ଚିକିସôା ଲାଗି ଆସିଥିବା ଯନ୍ତ୍ରାଂଶ କଳଙ୍କି ଲାଗି ବାକୁ ବସିଲାଣି ତ ଆଉ କେଉଁଠି ଡାକ୍ତର ବଦଳରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ପାଲଟି ଗଲେଣି ଚିକିସôକ  । ଏହାରି ଭିତରେ ସରକାର ପ୍ରତ୍ୟେକ ଜିଲ୍ଲା ମୁଖ୍ୟାଳୟ ମେଡିକାଲ କଲେଜର ଘୋଷଣା କରିଛନ୍ତି । ହେଲେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆସନ୍ନ ପ୍ରସବା ଓ ଛୁଆ ମାନେ କିଭଳି ଡ଼ାକ୍ତର ବିନା କଲବଲ ହେଉଛନ୍ତି ତାହାର ତଦାରଖ ଯେପରି କରିବାକୁ ବିଭାଗୀୟ ଅଧିକାରୀ ମାନେ ଭୁଲି ଯାଇଛନ୍ତି  । କେଉଁ ଗ୍ରାମାଞ୍ଚଳ କଥା କହୁ ନାହୁଁ ରାଜ୍ୟର ଏକ ନମ୍ବର ଜିଲ୍ଲା ଖୋର୍ଦ୍ଧା ଜିଲ୍ଲା କଥା କହୁଛୁ  । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ୧୯୩୮ ମସିହାରେ ସ୍ଥାପିତ ହୋଇଥିଲା  । ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ପୁରୀ ଜିଲ୍ଲା କଣାସ ବ୍ଲକ୍, ନୟାଗଡ଼ ଜିଲ୍ଲା ରଣପୁର ବ୍ଳକ, ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ଓ ଟାଙ୍ଗୀ ବ୍ଲକର ଏକାଧିକ ଗ୍ରାମପଞ୍ଚାୟତର ପ୍ରସୂତି ମହିଳାମାନେ ନିର୍ଭର କରିଥାନ୍ତି  ।ଏହାକୁ ଦୃଷ୍ଟିରେ ରଖ୍ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ୨୦୧୯ ମସିହାରେ ମା ଓ ଶିଶୁ ମାନଙ୍କ ଚିକିସôା ଲାଗି ୩୬ ଶଯ୍ୟା ବିଶିଷ୍ଟ ମା ଓ ଶିଶୁ ସ୍ୱତନ୍ତ୍ର ଚିକିସôାଳୟ ଖୋଲିଥିଲା । ହେଲେ ଆବଶ୍ୟକ ମୁତାବକ ଭିରିଭୂମି ସାଙ୍ଗକୁ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ବ୍ୟବହାର ନହୋଇ ଏବେ ଖରାପ ହୋଇଗଲାଣି  । ଏହାରି ଭିତରେ କିନ୍ତୁ ଡାକ୍ତର ବାବୁଙ୍କ ସ୍ଥାନୀୟ ଅଞ୍ଚଳରେ ରହିଥିବା ଘରୋଇ ଡାକ୍ତରଖାନା ପୀରତି କଥା ନକହିବା ଭଲ  । କାରଣ ବାବୁ ଜାଗ୍ରତ ହୋଇ ରୁହନ୍ତି ଘରୋଇ ଡାକ୍ତରଖାନାରେ ପ୍ରସୂତି ମହିଳାଙ୍କ ସେବା କରିବା ଲାଗି  । ହେଲେ ଯଦି କୌଣସି ଗର୍ଭବତୀ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପ୍ରସବ ଲାଗି ଆସନ୍ତି ତେବେ ଆନାସଥେସିଆ ଡାକ୍ତର ନଥୁବାରୁ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ବାବୁ ଟାଙ୍ଗୀ ଓ ଆଖପାଖ ଅଞ୍ଚଳରେ ରହିଥିବା ବିଭିନ୍ନ ଘରୋଇ ଡାକ୍ତରଖାନାରେ ଅସ୍ତ୍ରୋପ୍ରଚାର ଦ୍ୱାରା ପ୍ରସବ କରାଇବା ଲାଗି କହୁଥିବା ଗର୍ଭବତୀ ମହିଳାମାନେ କହିଛନ୍ତି  । ଅନ୍ୟଥା ଭୂବନେଶ୍ୱର ସ୍ଥାନାନ୍ତରିତ କରୁଥିବା ସ୍ଥାନୀୟ ଅଞ୍ଚଳ ବାସିନ୍ଦା ଅଭିଯୋଗ କରିଛନ୍ତି । କେବଳ ଯେ ପ୍ରସୂତି ମହିଳାମାନେ କଲବଲ ହେଉଛନ୍ତି ତା ନୁହେଁ ନବଜାତ ଶିଶୁମାନେ ଜନ୍ମ ହେବା ପରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଲାଗି ଶିଶୁ ବିଭାଗ ଡ଼ାକ୍ତର ଅନୁପସ୍ଥିତ ରହୁଥିବା ଦେଖୁବାକୁ ମିଳୁଛି  । ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୮ଜଣ ଡାକ୍ତର ଆବଶ୍ୟକତା ରହି ଥିଲା ବେଳେ ଏବେ ଅଛନ୍ତି ୩ଜଣ ଡାକ୍ତର ସେମାନେ ସପ୍ତାହରେ ୨ଦିନ ପାଳକରି କାର୍ଯ୍ୟ କରୁଥିବା ସ୍ଥାନୀୟ ଅଞ୍ଚଳର ବାସିନ୍ଦା ଅଭିଯୋଗ କରିଛନ୍ତି  । ଅନ୍ୟପକ୍ଷରେ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଟି ୧୬ନଂ ଜାତୀୟ ରାଜପଥ ଓ ରେଳପଥକୁ ଲାଗି ଆସିଥିବାରୁ ପ୍ରତ୍ୟେକ ଦିନ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିମାନେ ପ୍ରଥମିକ ଚିକିସôା ଲାଗି ଭର୍ତ୍ତି ହୋଇଥାନ୍ତି । ହେଲେ ଡାକ୍ତରଖାନାରେ ପ୍ରାଥମିକ ସ୍ୱାସ୍ଥ୍ୟସେବା କରି ଭୁବନେଶ୍ୱର ସୁନାନ୍ତରିତ କରିଥାନ୍ତି ଡାକ୍ତର । ତେବେ ଏନେଇ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିସôାଧୀକାରୀଙ୍କ ସହ ଯୋଗାଯୋଗ କରିବାରୁ ସେ ଏନେଇ କୌଣସି ଉତ୍ତର ଦେଇନାହାନ୍ତି  । ରାଜ୍ୟ ସରକାର ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଟ୍ରମାକେୟାର ସେଣ୍ଟର ଖୋଲିବା ସହ ବିଭିନ୍ନ ବିଭାଗରେ ଖାଲି ରହିଥିବା ଡାକ୍ତର ପଦବୀ ଓ ଆନେଥେସିଆ ଡାକ୍ତର ପଦବୀ ତୁରନ୍ତ ପୂରଣ କରିବାକୁ ସାଧାରଣରେ ଦାବି ହେଉଛି ।