ଗାନ୍ଧୀ ବିଚାର ମଞ୍ଚ ପକ୍ଷରୁ ହରିଜନ ପଦଯାତ୍ରା ସ୍ମାରକୀ

 ଭଦ୍ରକ : ମହାତ୍ମାଗାନ୍ଧୀ ବିଚାର ମଞ୍ଚ ଆନୁକୁଲ୍ୟରେ ୯୧ତମ ମହାତ୍ମା ଗାନ୍ଧୀଙ୍କର ଐତିହାସିକ ହରିଜନ ପଦଯାତ୍ରାର ସ୍ମାରକୀ ସମାରୋହ ଭଦ୍ରକ ସଂସ୍କୃତି ଭବନ ଠାରେ ପାଳିତ ହୋଇଛି । ମଞ୍ଚର ଉପସଭାପତି ଡ.ଗୋଲକ ବିହାରୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାରୋହରେ ବାବୁଲାଲ ଦାସ ଅତିଥିଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିଲେ । ଡାକ୍ତର ଅନୀଲ ଦାସ ବେଦମନ୍ତ୍ର ପାଠ କରିଥିବା ବେଳେ ଅନ୍ୟତମ ଉପସଭାପତି ସାହିତି୍ୟକ ହରମୋହନ କୁଅଁର କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୂଚନା ଦେଇଥିଲେ । ସମ୍ପାଦକ ସୁଧାକର ରାଉତ ସମ୍ପାଦକୀୟ ପାଠ କରିଥିଲେ । ଡ. ମନୀନ୍ଦ୍ର ମହାନ୍ତି, ଆଧ୍ୟାପକ ନିରହାର ରଞ୍ଜନ କର, ଡ. ମମତା ସାହୁ, ଡ. ପ୍ରବୀର ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଗାନ୍ଧୀଙ୍କ ଜୀବନାଦର୍ଶ ଉପରେ ବକ୍ତବ୍ୟ ରଖିଥିଲେ । ଗାନ୍ଧି ବାଳାଶ୍ରମର ଅନ୍ତେବାସୀ ଗାନ୍ଧିଜୀଙ୍କର ପ୍ରିୟ ଭଜନ ‘ବୈଷ୍ଣବ ଜନକେ’ ଗାନ କରିଥିଲେ । ପ୍ରାତଃରେ ଐତିହାସିକ ଗାନ୍ଧିପଡ଼ିଆ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ପରିସର ସଫେଇ କରାଯାଇଥିଲା । କାର୍ଯ୍ୟକ୍ରମରେ ସମାଜସେବୀ ଅଜୟ ନାୟକ, ଡ଼. ରାଧାରାଣୀ ମହାପାତ୍ର, ଅଧିବକ୍ତା ପବନ ଶର୍ମା, ଗଦାଧର ବଳ, ଅଶୋକ ଦାସ, ଇଂ ଅକ୍ଷୟ କୁମାର ଦାସ, କୈଳାସ ମହାପାତ୍ର, ଲକ୍ଷ୍ମୀକାନ୍ତ ବାରିକ, କଲାମ ଖାଁ, ଏମଏସ୍ ଫାରୁକ, ମନୋରଞ୍ଜନ ଦାସଙ୍କ ସମେତ ଅନ୍ୟମାନେ ଅଂଶ ଗ୍ରହଣ କରିଥିଲେ ।