"ବାବା ସର୍ବେଶ୍ୱର’ କବିତା ସଂକଳନ ଉନ୍ମୋଚିତ
ନୀଳଗିରି : ନୀଳଗିରି ବ୍ଲକ ନରଣପୁର ପଞ୍ଚାୟତ ଡାଳିମ୍ବପାଳ ଗ୍ରାମର ବାବା ସର୍ବେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ପ୍ଲାନେଟ୍ ଆର୍ଟସିପ୍ ଆନୁକୂଲ୍ୟରେ ଏକ କବିତା ସଂକଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କବି କ୍ଷେତ୍ରମୋହନ ବିଶୋଇଙ୍କ ରଚିତ "ବାବା ସର୍ବେଶ୍ୱର’ କବିତା ସଂକଳନ ଉନ୍ମୋଚିତ ହୋଇଯାଇଛି । ପ୍ଲାନେଟ ଆର୍ଟସିପ୍ର ପ୍ରତିଷ୍ଠାତା ସତ୍ୟରଞ୍ଜନ ବିଶୋଇଙ୍କ ଦ୍ୱାରା ଆୟୋଜିତ ଏହି ସଭାରେ ସମାଜସେବୀ କରୁଣାକର ପଣ୍ଡାଙ୍କ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗଦାନ କରିଥିବାବେଳେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ମୁଖ୍ୟବକ୍ତା, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ପ୍ରାବନ୍ଧିକ ଅମରେନ୍ଦ୍ର ନାୟକ, ପୂଜକ ବଂଶୀଧର ପଣ୍ଡା, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଦିବ୍ୟଲୋଚନ ପଣ୍ଡା, ମନମୋହନ ମହାପାତ୍ର, ମାଧବାନନ୍ଦ ଦାସ, ଶିକ୍ଷାବିତ୍ ଜିତେନ୍ଦ୍ର ଉପାଧ୍ୟାୟ, କୃଷ୍ଣଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପୁସ୍ତକ ଆଗାମୀ ଦିନରେ ବାବା ସର୍ବେଶ୍ୱର ମହାଦେବ ଓ ଡାଳିମପାଳ ଗ୍ରାମ ବାବଦରେ ଆଗାମୀପିଢୀଙ୍କୁ ଅବଗତ କରାଇବ ବୋଲି ଅତିଥିମାନେ ମତ ପୋଷଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଧର ସେଠୀ, ଦୀପକ ସାହୁ, ଅନ୍ତର୍ଯ୍ୟାମୀ ନାୟକ, ସନ୍ତୋଷ ନାୟକ, ଶୁଭମ ଖିଲାର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।