ତ୍ରିକୋଣୀୟ ପ୍ରେମକୁ ନେଇ ନାବାଳକକୁ ହତ୍ୟା, ୨ଗିରଫ

 ଦେବଗଡ଼ : ଦେବଗଡ ଜିଲ୍ଲା କୁଣ୍ଡେଇଗୋଳା ଥାନା ତୁଙ୍ଗାମାଳ ଗ୍ରାମ ନାବାଳକ ହତ୍ୟା ଘଟଣାର ପର୍ଦ୍ଦାଫାଶ ହୋଇଛି  । ତ୍ରିକୋଣୀୟ ପ୍ରେମ ବ୍ୟାପରକୁ ନେଇ ହତ୍ୟାକାଣ୍ଡ ହୋଇଥିବା ପୁଲିସ ଖୁଲାସା କରିଛି । ଏହି ଘଟଣାରେ ଦୁଇ ହତ୍ୟାକାରୀଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରାଯାଇଛି । ମୁଖ୍ୟ ଅଭିଯୁକ୍ତ ନାକଟିଦେଉଳ ଥାନା ଚନ୍ଦ୍ରପୁର ଗାଁର ସୁଶୀଲ ମୁଣ୍ଡା ଏବଂ ହତ୍ୟାରେ ସହଯୋଗ କରିଥିବା କୁଣ୍ଡେଇଗୋଳା ଥାନା କୁରଡପଶି ଗ୍ରାମର ଅମନ ନାୟକ ଗିରଫ ହୋଇଛନ୍ତି । ଅଭିଯୁକ୍ତଙ୍କ ଠାରୁ ମୃତକଙ୍କ ମୋବାଇଲ ଓ ତଂଟି ଚିପି ହତ୍ୟା କରିଥିବା ରଶି ଜବତ ହୋଇଛି । ତୁଙ୍ଗାମାଳ ଗ୍ରାମର ବିଜୟ ମୁଣ୍ଡାଙ୍କ ପୁଅ ଅମିତ ମୁଣ୍ଡା ନିଖୋଜ ଥିବା ପରିବାର ଲୋକ ଅଭିଯୋଗ କରିଥିଲେ  । ପରେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କଲା ପରେ ଗତକାଲି ତୁଙ୍ଗାମାଳ ଜଙ୍ଗଲ ଭିତରୁ ଅମିତଙ୍କ ମୃତଦେହ ଠାବ ହୋଇଥିଲା  । ଶବ ଉଦ୍ଧାର ପରେ କେହି ହତ୍ୟା କରି ଜଙ୍ଗଲ ଭିତରେ ଶବ ଲୁଚାଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲେ । ଘଟଣାସ୍ଥଳରେ ସନ୍ଧାନୀ କୁକୁର ଓ ସାଇଂଟିଫିକ ଟିମ ସହ ପୋଲିସ ପହଂଚି ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଥିଲା  ।