ମୋବାଇଲ ଟାୱାର ସ୍ଥାପନ ଦାବି

 ନୂଆପଡା  : ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଅନ୍ତର୍ଗତ ଝୋଳପଥର ଓ ଏହାର ଆଖ ପାଖ ୫ଟି ଗ୍ରାମର ଲୋକେ ନେଟୱାର୍କ ପାଇନଥିବାରୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି  । ଏଣୁ ଗତ ନଭେମ୍ବର ମାସରେ ଖଡିଆଳ ବ୍ଲକରେ ହୋଇଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଏକ ପ୍ରତିନିଧୂ ଦଳ ନୂଆପଡ଼ା ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ  । କିନ୍ତୁ ଅଭିଯୋଗ ପରେ ମଧ୍ୟ ଏହାର କିଛି ଫଳାଫଳ ମିଲିନଥିବାରୁ ଗତକିଛି ଦିନ ତଳେ ଝୋଳପଥର ଗ୍ରାମରୁ ଏକ ଯୁବ ଗୋଷ୍ଟି ତୁକୁଲା ଗ୍ରାମକୁ ଯାଇ କଳାହାଣ୍ଡି ସାଂସଦ ମାଳବିକା ସିଂ ଦେଓଙ୍କୁ ଭେଟି ଏକ ମୋବାଇଲ ଟାୱାର ସ୍ଥାପନ କରିବା ପାଇଁ ଲିଖିତ ଆବେଦନ କରିଥିଲେ  । ଏହାକୁ ନେଇ ସାଂସଦ ମାଳବିକା ସିଂ ଦେଓ ମଧ୍ୟ ଯଥାଶୀଘ୍ର ଏକ ଟାୱାର ସ୍ଥାପନ କରି କାର୍ଯ୍ୟକ୍ଷମ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ  । ହେଲେ ଅଭିଯୋଗ କରିବାର ତିନିମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ  । ତୁରନ୍ତ ପଦକ୍ଷେପ ନ ନେଲେ ଆନେ୍ଦାଳନ କରିବା ପରେ ଚେତାବନୀ ଦେଇଛନ୍ତି  ।