ଖଣ୍ଡପଡ଼ା : ଖଣ୍ଡପଡ଼ା ବ୍ଲକ ଅଧିନ ଖଳିସାହିରୁ କୋସ୍କାକୁ ସଂଯୋଗ କରୁଥିବା ରାସ୍ତାର ଦହିଖାଇ ଠାରୁ ନିକଟସ୍ଥ ବରକୋଳି ଛକକୁ ସଂଯୋଗ କରୁଥିବା ରାସ୍ତା ଦୀର୍ଘ ଦିନ ଧରି ମରାମତି ଅଭାବରୁ ମରଣଯନ୍ତା ପାଲଟିଥିବା ଜଣାପଡିଛି । ରାସ୍ତାର ବିଭିନ୍ନ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଥିବାରୁ ସାମାନ୍ୟ ବର୍ଷା ହେଲେ ଖାଲ ଗୁଡିକରେ ପାଣି ଜମି ରହୁଛି । ଫଳରେ ଯାନବାହାନ ଚଳାଚଳରେ ସମସ୍ୟା ସୃଷ୍ଟି ହେଉଛି । ଉକ୍ତ ରାସ୍ତାଟି ଏକ ବାଇପାସ୍ ରାସ୍ତା ଭାବେ ଖଣ୍ଡପଡ଼ାରୁ ପ୍ରଭୁ ଶ୍ରୀନୀଳମାଧବଙ୍କ କ୍ଷେତ୍ର କଣ୍ଟିଲୋକୁ ସଂଯୋଗ କରୁଛି । ଦୈନିକ ଉକ୍ତ ରାସ୍ତା ଦେଇ ଶହଶହ ସଂଖ୍ୟାରେ ଭାରି ଯାନବାହନ ଗୁଡିକ ଚଳାଚଳ କରୁଛି । ରାସ୍ତାର ଏଭଳି ଶୋଚନୀୟ ଅବସ୍ଥାକୁ ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରି ଆସୁଥିବାବେଳେ ଗାଡି ଓ ବାଇକ ଚାଳକମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଉକ୍ତ ରାସ୍ତାର ଉନ୍ନତିକରଣ ଦିଗରେ ଖଣ୍ଡପଡ଼ା ପୂର୍ତ୍ତବିଭାଗ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସିଂଘାପଡା, ବେଣାଗାଡିଆ, ଗଡିଆସାହି, ଖଳିସାହି ପଞ୍ଚାୟତବାସୀ ଦାବି କରିଛନ୍ତି ।