କୃଷି ଯନ୍ତ୍ରପାତି ମେଳା ଉଦ୍ଘାଟିତ      

 ଜୟପୁର :କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓଡ଼ିଶା ସରକାରଙ୍କ ଆନୁକୁଲ୍ୟରେ କୋରାପୁଟ ଜିଲ୍ଲାରେ ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା  ୨୭ ତାରିଖରୁ ଆରମ୍ଭ ହୋଇ ୩ ଫେବୃଆରୀ  ପର୍ଯ୍ୟନ୍ତ ଜୟପୁର ଦଶହରା ପଡିଆରେ  ଅନୁଷ୍ଠିତ ହେଉଅଛି । କୃଷି ଯନ୍ତ୍ରପାତିକୁ ସାଧାରଣ ଚାଷୀଙ୍କ ପାଖରେ ରେ ପ୍ରଚାର ପ୍ରଚାର ଓ ପ୍ରସାର କରାଇବା ତଥା ବିଭିନ୍ନ ସରକାରୀ ଯୋଜନାରେ କିପରି ଚାଷୀ ମାନେ ଲାଭବାନ ହେବେ ସେହି ଉଦେ୍ଦଶ୍ୟରେ ଏହି ମେଳାର ଆୟୋଜନ ହୋଇଅଛି ।ଏହି ମେଳା କୃଷି ବିଭାଗ କୋରାପୁଟ ଓ କାର୍ଯ୍ୟ ନିର୍ବାହୀ ଯନ୍ତ୍ର କୃଷି ଜୟପୁରଙ୍କ ମିଳିତ ସହଯୋଗରେ ଆୟୋଜନ ହେଉଅଛି  । ଏହି ମେଳା ଟିକୁ  ବିଧାୟକ, କୋରାପୁଟ ରଘୁରାମ ମାଛ, ଅଧ୍ୟକ୍ଷ ଜିଲ୍ଲା ପରିଷଦ, କୋରାପୁଟ ଓ ଉପାଧ୍ୟକ୍ଷ ଜିଲ୍ଲା ପରିଷଦ  କୋରାପୁଟଙ୍କ କର କମଳରେ ଉଦଘାଟନ ହୋଇଥିଲା ଏବଂ ଏହି ଉଦଘାଟନ ସମାରହୋରେ  ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ, କୋରାପୁଟ, ଉପ ଜିଲ୍ଲାପାଳ, ଜୟପୁର, ଜିଲ୍ଲା ଜିଲ୍ଲା ମୁଖ୍ୟ ମୁଖ କୃଷି ଅଧିକାରୀ, କୋରାପୁଟ, ଜୟପୁର, ଜିଲ୍ଲା ମସô ଅଧିକାରୀ, କୋରାପୁଟ, କାର୍ଯ୍ୟ ନିର୍ବା ନିର୍ବାହୀ ଯନ୍ତ୍ର କୃଷି, ଜୟପୁର, ଜିଲ୍ଲା କୃଷି  ଅଧିକାରୀ, ଜୟପୁର ଓ ଉପ ବିଭାଗୀୟ  ପଶୁ ଚିକିସôା ଅକାରୀ, ଜୟପୁର ଉପସ୍ଥିତ ଥିଲେ  । ଏହି ଉଦଘାଟନ ସଭାରେ ଜିଲ୍ଲାର ୧୪ ଜଣ ଅଗ୍ରଣୀ ସଫଳ ଚାଷୀ ତଥା ମୁଖ୍ୟମନ୍ତ୍ରୀ କୃଷି ଯନ୍ତ୍ରପାତି  ଯୋଜନାରେ ୨୦୨୩ -୨୪ ପାଇଁ ମନୋନୀତ ହୋଇଥିବା ଚାଷୀଙ୍କୁ ସମ୍ଭର୍ଷିତ କରାଯାଇଥିଲା  । ଏହି ମେଳାରେ କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ ରାୟଗଡା ଜିଲ୍ଲାର  ଚାଷୀ ମାନେ ଅଂଶ ଗ୍ରହଣ କରିଥିଲେ । ଏଠାରେ ଚାଷୀ ମାନଙ୍କ ନିମନ୍ତେ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଅଛି, ଯେଉଁଥିରେ ଜିଲ୍ଲା ତଥା ରାଜ୍ୟ ସ୍ତରୀୟ ପ୍ରଶିକ୍ଷକଙ୍କ ଦ୍ୱାରା କୃଷି ଏବଂ ଆନୁଷଙ୍ଗିକ  କୃଷି ପ୍ରସଙ୍ଗରେ ର ଶତାଧିକ ଚାଷୀଙ୍କୁ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା କରାଯାଇଅଛି । ଏହି ମେଳାରେ ଚାଷୀ ମାନେ  ବିଭିନ୍ନ ଷ୍ଟଲ ପରିଦର୍ଶନ କରି ନିଜର ମନ ମୁତାବକ କୃଷି ଯନ୍ତ୍ରପାତି ରିହାତି ଦରରେ କ୍ରୟ କରିବା ପାଇଁ ସୁଯୋଗ ରହିଅଛି । ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ସ୍ଥାନୀୟ କଳାକାର  ଓ ଓଲିଉଡ ଜଗତର ସୁନାମଧନ୍ୟ କଣ୍ଠଶିଳ୍ପୀ କୁଳଦୀପ ପଟ୍ଟନାୟକଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଅଛି ।