ମୋ ଜଗନ୍ନାଥ ସାଗର ଟ୍ରଷ୍ଟର ଧାରଣା
ଜୟପୁର : କୋରାପୁଟ ଜିଲ୍ଲାର ଐତିହାସିକ ସାଗର ଜଗନ୍ନାଥ ସାଗର ଏହି ସାଗରଟି ରାଜା ରାଜୁଡା ଅମଳର ପୁରାତନ ସାଗର, ସାଗରକୁ ସୌନ୍ଦର୍ଯ୍ୟ କରଣ କରିବା ନାମରେ ସାଗରର ସବୁ ଜଳ ଶୁଖାଇ କେବଳ ମାଟି କାମ କିଛି କରି ଅଧପନ୍ତରିଆ କାମ କରି ଲୋକଙ୍କୁ ଠକି ଚାଲିଛନ୍ତି ସରକାର ।ମୋ ପୋଖରି ଯୋଜନାରେ ସରକାର ୧୪ କୋଟି ୮୪ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଧାରିତ କରିଥିଲେ କିନ୍ତୁ ସାଧାରଣ ନିର୍ବାଚନ ଆସିବାରୁ ଜୟପୁର ପୌର କାର୍ଯ୍ୟାଳୟ ନିଜସ୍ୱ ପାଣ୍ଠିରୁ ୫ କୋଟି ୬୦ ଲକ୍ଷ ଟଙ୍କାରେ କାର୍ଯ୍ୟ ଆରମ୍ଭ କରିଥିଲେ ଓ ଅର୍ଥ ଅଭାବରୁ ଜଗନ୍ନାଥ ସାଗରକୁ ଅଧପନ୍ତରିଆରେ କାର୍ଯ୍ୟଟିକୁ ବନ୍ଦ କରି ଦେଇଛନ୍ତି ଯାହା ଫଳରେ ଜୟପୁରର ଜଳ ସ୍ତର କମିବା ସହ ତାପମାତ୍ରା ବଢ଼ିବାରେ ଲାଗିଛି । ଲୋକେ ଶୁଦ୍ଧି କାର୍ଯ୍ୟ ଏବଂ ମସô୍ୟଜିବି ମାନେ ମାଛ ଧରି ନିଜର ପରିବାର ପଷାଣ କରୁଥିଲେ ବୋଇତ ବନ୍ଧାଣ ପାଇଁ ମଧ୍ୟ ଶ୍ରଦ୍ଧାଳୁ ମାନେ ସାଗର ଉପରେ ହିଁ ନିର୍ଭର କରୁଥିଲେ । ବର୍ତ୍ତମାନ ଏହାକୁ ସମ୍ପୂର୍ଣ୍ଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିବା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୁନ ଏଥି ପାଇଁ ମୋ ଜଗନ୍ନାଥ ସାଗର ଟ୍ରଷ୍ଟ ପକ୍ଷରୁ ଜୟପୁର ରଘୁନାଥ ମନ୍ଦିର ଛକ ଠାରୁ ସଭାଯାତ୍ରା ବାହାରି ସର୍ଦାର ବଲ୍ଲଭାଇ ପଟେଲ ମାର୍ଗ ଦେଇ ଜୟପୁର ଟ୍ରାଫିକ ଛକ ନିକଟରେ ସକାଳ ୧୦ ଘଣ୍ଟା ସମୟରୁ ଅପରାହ୍ନ ୫ ଘଣ୍ଟା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଛନ୍ତି । ଏହି ଆନ୍ଦୋଳନ ରେ ମୋ ଜଗନ୍ନାଥ ସାଗର ଟ୍ରଷ୍ଟ ଓ ଜଗନ୍ନାଥ ସାଗର ସଂଘର୍ଷ ସମିତି ପକ୍ଷରୁ, ହରପ୍ରସାଦ ମିଶ୍ର, ସୁବାସ ରାଉତ, ଲଳିତ ଅଗ୍ରୱାଲ,ହିମାଂଶୁ ମହାପାତ୍ର, ଅନିଲ କୁମାର ବେହେରା, ସହଦେବ ପଟ୍ଟନାୟକ, ରାଜା ପାଢି, ରଜନୀକାନ୍ତ ନାୟକ, ଅର୍ଗୁଲା ଶ୍ରିନୁ, ଟ୍ୱିଙ୍କିଲ ମିଶ୍ର, ବେବୀ, ତ୍ରିପତି ଅନ୍ୟାନ୍ୟ ସଭ୍ୟ ସମେତ ଉପସ୍ଥିତ ରହି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରି ରଖିଥିଲେ ।