ଋଣ ଆଦାୟ ଓ ପରିଚାଳନା ପରିଷଦ ବୈଠକ 

କେନ୍ଦ୍ରାପଡା : କେନ୍ଦ୍ରାପଡା ଓସ୍ତପୁର କୃଷି ସମବାୟ ସମିତିରେ ଋଣ ଆଦାୟ ଓ ପରିଚାଳନା ପରିଷଦ ବୈଠକ ସଭାପତି ପ୍ରଦୁ୍ୟମ୍ନ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ଉପସ୍ଥିତ ଥିବା ଚାଷୀମାନେ ସମସ୍ତେ ସୁରୁଖୁରୁରେ ଧାନ ମଣ୍ଡିରେ ବିକ୍ରି କରିଥିବାରୁ ସଭାପତି, ସମ୍ପାଦକଙ୍କୁ କୃତଜ୍ଞତା ଜଣାଇଥିଲେ । ସମ୍ପାଦକ ପ୍ରେମାଞ୍ଜନ ସାହୁ, ସମିତିର ଆୟବ୍ୟୟ ହିସାବ ଉପସ୍ଥାପନ କରିଥିବାବେଳେ ସମିତିରେ ଥିବା ବିଭିନ୍ନ ସମସ୍ୟା, ପୁରୁଣା ଅଫିସ୍ ଗୃହର ମରାମତି, ନୂତନ ଅଫିସ୍ ଗୃହ ନିର୍ମାଣ କରିବା ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଏହି ପରିଚାଳନା ପରିଷଦ ବୈଠକରେ ଉପସଭାନେତ୍ରୀ କନକଲତା ସ୍ୱାଇଁ, ସଦସ୍ୟ ପ୍ରଫୁଲ୍ଲ ରାଉତ, ଶରତ ଦାସ, କୈଳାସ ଚନ୍ଦ୍ର ବେହେରା, ପ୍ରମୋଦ ଚନ୍ଦ୍ର ରାଉତରାୟ, ନମିତା ରାଉତ, ଲଲାତେନ୍ଦୁ ମହାପାତ୍ର, କବିଚନ୍ଦ୍ର ବିଶ୍ୱାଳ, ପ୍ରଶାନ୍ତ ବେହେରା, ବଂଶୀଧର ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।