ଲ୍ୟାମ୍ପ ଏମଡି ସସ୍ପେଣ୍ଡ
ନବରଙ୍ଗପୁର/ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ସ୍ଥିତ ରାଇଘର ଲ୍ୟାମ୍ପ ଠାରେ ଚଳିତ ବର୍ଷ ଖରିଫ ଋତୁରେ ମଣ୍ଡିରେ ଧାନ କିଣାରେ ଅନିୟମିତତା ଅଭିଯୋଗ ଆଧାର କରି ନବରଙ୍ଗପୁର ସହକାରୀ ନିବନ୍ଧକ ସମବାୟ ସମିତି ସମୂହ (ଏଆରସିସି)ଙ୍କ ନିଦେ୍ର୍ଦଶ କ୍ରମେ ରାଇଘର ଲ୍ୟାମ୍ପ ପରିଚାଳନା ପରିଷଦ ଲ୍ୟାମ୍ପ ଏମ୍ଡି ନିରାକାର ରାଉତଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି । ଲ୍ୟାମ୍ପ ପକ୍ଷରୁ ଟିପି କଟାଯାଇ ନଥିବାରୁ ବର୍ତ୍ତମାନ ସୁଦ୍ଧା ୩୪୪ ଜଣ ଚାଷୀଙ୍କ ୧୪, ୨୦୦ କୁଇଣ୍ଟାଲ ଧାନ ମଣ୍ଡିରେ ଦେଇଥିଲେ ସୁଦ୍ଧା ୪ କୋଟି ୪୦ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଚାଷୀ ପାଇନାହାନ୍ତି । ଅଭିଯୋଗ ହେବା ଦିନଠାରୁ ଏମଡି ଫେରାର ଥିଲେ । ପୂର୍ବରୁ ଚାଷୀ ନିଜ ଟଙ୍କା ଫେରି ପାଇବା ନେଇ ରାଇଘର ଲ୍ୟାମ୍ପ ଘେରାଉ କରିଥିବା ବେଳେ ପରେ ବିଜେଡି ନେତା ପ୍ରଦୀପ ମାଝୀ ଓ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ପୂର୍ବତନ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀଙ୍କ ନେତୃତ୍ୱ କ୍ଷତିଗସ୍ତ ଚାଷୀଙ୍କ ପକ୍ଷରୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଆଗାମୀ ୨୦ ଦିନ ଭିତରେ ଚାଷୀଙ୍କ ଟଙ୍କା ଫେରାଇବା ନେଇ ପଦକ୍ଷେପ ନେବା ନେଇ ଜିଲ୍ଲା ଯୋଗାଣ ଅଧିକାରୀ ପ୍ରତିଶ୍ରୁତି ଦେବା ପରେ ଧାରଣାରୁ ଓହରି ଥିଲେ ।