ଉପ-ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ

 ନିମାପଡ଼ା : ସମଗ୍ର ଶିକ୍ଷା ଯୋଜନା ମାଧ୍ୟମରେ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଆଜି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଦ୍ୱାରା ନିମାପଡ଼ା ବ୍ଲକ୍ ଅଧିନସ୍ଥ ବିଭିନ୍ନ ପଞ୍ଚାୟତରେ ଥିବା  ୭ଟି ବିଦ୍ୟାଳୟରେ ପାଖାପାଖି ୨କୋଟି ୧୫ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ବରାଦରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି । ସାଇଁଶ ଶାସନ ଗ୍ରାମ ପଞ୍ଚାୟତର ଦକ୍ଷିଣରାଡସ ଠାରେ ଥିବା ଏସଏସ୍ପି ଉଚ୍ଚ ବିଦ୍ୟାଳୟ ପାଇଁ ପ୍ରାୟ ୪୦ଲକ୍ଷ ଟଙ୍କା, ଧନୁଆଁ ଗ୍ରାମ ପଞ୍ଚାୟତର ସୁନୁଗୋରୋଡ଼ି ନିକଟରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଶଗଡା ଗ୍ରାମ ପଞ୍ଚାୟତର ଓଳିକଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ୧୧ଲକ୍ଷ ୭୬ହଜାର ଟଙ୍କା(ପ୍ରତ୍ୟେକ), ତମ୍ପାଳ ଗ୍ରାମ ପଞ୍ଚାୟତର ଦାମୋଦର ଉଚ୍ଚ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀଗୃହ, ଗ୍ରନ୍ଥାଗାର ଓ  ପ୍ରୟୋଗଶାଳା ନିର୍ମାଣ ପାଇଁ ୪୩ଲକ୍ଷ ୬୧ହଜାର ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି । ସେହିପରି ଭିଲିଗ୍ରାମ ପଞ୍ଚାୟତର ସରକାରୀ ଉଚ୍ଚ ବିଦ୍ୟାଳୟ, ଭୋଦର ଗ୍ରାମ ପଞ୍ଚାୟତର ଭୋଦର ଉଚ୍ଚ ବିଦ୍ୟାଳୟ ଓ ଅନ୍ନପୂର୍ଣ୍ଣା ବିଦ୍ୟାପିଠ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି । ସମସ୍ତ କାମ ୨ରୁ ୩ମାସ ମଧ୍ୟରେ ଶେଷ ହେବ ବୋଲି ଉପମୁଖ୍ୟ ମନ୍ତ୍ରୀ ପ୍ରକାଶ କରିଥିବା ବେଳେ ଆଗାମୀ ସମୟରେ ସମଗ୍ର ଶିକ୍ଷା ଯୋଜନା ମାଧ୍ୟମରେ ପିଲାଙ୍କ ବିକାଶ ହେବା ସହ ସ୍କୁଲର ଭିତ୍ତିଭୂମି ଆହୁରି ସୁଦୃଢ ହେବ ବୋଲି କହିଥିଲେ । ଆଜିର କାର୍ଯ୍ୟକ୍ରମରେ ନିମାପଡ଼ା ବିଡିଓ ଅଭିଜିତ ଷଡ଼ଙ୍ଗୀ, ନିମାପଡ଼ା ବ୍ଲକ୍ ଶକ୍ଷାଧିକାରୀ ଦ୍ୱିତୀକାନ୍ତ ପ୍ରଧାନ, ବିଜେପି ମଣ୍ଡଳ ସଭାପତି ଦେବାଶିଷ ଆଚାର୍ଯ୍ୟ, ସନ୍ତୋଷ ପରିଡ଼ା, ପୁରୀ ଜିଲ୍ଲା କୃଷକ ମୋର୍ଚ୍ଚା ଉପ-ସଭାପତି ଅର୍ଜୁନ ବରାଳ ପ୍ରମୁଖ ଉପସ୍ଥିତ ଥିଲେ ।